ମାଉସୀମା କିଏ ଜାଣିଲେ ଆଖିର ଲୁହକୁ ରୋକିପାରିବେନି ! Dhama Madhuri 32 | Dr. Ashutosh Prasad Mishra

Поделиться
HTML-код
  • Опубликовано: 4 окт 2024
  • Who is Mausi Maa of Lord Jagannath?
    Dr. Ashutosh Prasad Mishra |
    Dhama Madhuri 32 |
    Odisha 365
    Mausi Maa 3
    Mausima Temple Puri
    -----
    Ardhashosini is called Mausima (the mother’s sister) of Lord Jagannath. Mausima is a combination of two words, Mausi and Maa.
    ---------
    ll ମାଉସୀ ମା - ଅର୍ଦ୍ଧାଶନୀ ବା ଅର୍ଦ୍ଧଶୋଷଣୀ ଦେବୀ ll
    ମାଉସୀ ମା’ କିଏ ଓ ଏହାଙ୍କର ଏପରି ନାମକରଣର ତାତ୍ପର୍ଯ୍ୟ କ’ଣ ବୋଲି ମନରେ ସ୍ଵତଃ ପ୍ରଶ୍ନ ଉଠେ ! ଲୋକ କଥାରେ ରାଜ୍ୟ ତଥ୍ୟ ଅନ୍ୟପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଘରକୁ ଜଗନ୍ନାଥଙ୍କ ମାଉସୀ ଘର ବୋଲି ଧାରଣା ରଖିଥାନ୍ତି। ଏବେ ବି ଏହାକୁ ନେଇ ବାହାରୁ ଆସୁଥିବା ଭକ୍ତଙ୍କ ଭିତରେ ଦ୍ବନ୍ଦ୍ବ ରହିଥାଏ। ବିଶେଷ କରି ବଙ୍ଗୀୟ ପର୍ଯ୍ୟଟକମ‌ାନେ ଗୁଣ୍ଡିଚା ଘରକୁ ‘ମାସୀର ବାଡି’ ବୋଲି କହିଥା’ନ୍ତି। ତେବେ ବଡଦାଣ୍ଡ ମଧ୍ୟ ଭାଗରେ ମାଉସୀ ମା ମନ୍ଦିର ରହିଛି। ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀ ମାଉସୀ ମା ମନ୍ଦିରରେ ପୂଜା ପାଇଥାନ୍ତି।
    ପୁରୀ ବଡଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥିବା ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କ ରଥ ରହିଥାଏ।
    ଏଠାରେ ପୋଡ ପିଠା ଭୋଗ ଲାଗି ହୋଇଥାଏ।
    ଏକ ପ୍ରସଙ୍ଗରୁ ଜଣାଯାଏ ଯେ ମହାପ୍ରଳୟ କାଳରେ ପୁରୁଷୋତ୍ତମ କ୍ଷେତ୍ରସ୍ଥ ରୋହିଣୀକୁଣ୍ଡରୁ କାରଣୋଦକ ନିଃସୃତ ହୋଇ ମହାପ୍ରଳୟ ଘଟାଇବା ପରେ ପୁଣି ସେହି କୁଣ୍ଡରେ ଲୀନ ହୋଇଯାଇଥାଏ ।
    ଏହି ଜଳପ୍ରଳୟ ଯୁଗାବର୍ତ୍ତନ କାଳରେ ଘଟିଥାଏ । ଥରେ ପ୍ରଳୟ ପରେ ସେ ଜଳ କୁଣ୍ଡ ମଧ୍ୟରେ ଲୀନ ହେଲା ନାହିଁ ତହୁଁ ମା’ ଲକ୍ଷ୍ମୀ ବିଷ୍ଣୁପ୍ରିୟା, ସକଳଲୋକ ଜନନୀ ଯୋଗମାୟା ସୁଭଦ୍ରିକାଙ୍କ ନିକଟରେ ଏ ଘଟଣା ବ୍ୟକ୍ତ କରନ୍ତେ ଯୋଗମାୟା ସ୍ବ-ଗାତ୍ରରୁ ଏକ ଶକ୍ତି ଜାତକରି ପ୍ରଳୟଜଳକୁ ଶୋଷଣ ପ୍ରକ୍ରିୟା ମାଧ୍ୟମରେ ନିଃଶେଷ କରିବା ପାଇଁ ଆଦେଶ ଦେଲେ । ସୃଷ୍ଟିଦେବୀ ଚଳୁକଲାପରି ପ୍ରଳୟଜଳକୁ ଶୋଷଣ କରିଦେବାରୁ କ୍ଷେତ୍ର ରକ୍ଷା ହେଲା । କ୍ଷେତ୍ର ରକ୍ଷା ହେବା ସଂଗେ ସଂଗେ କ୍ଷେତ୍ରବାସୀମାନେ ଆଶ୍ବସ୍ତ ଅନୁଭବ କଲେ । ଏହି ଦେବୀ, କ୍ଷେତ୍ରର ଆରାଧ୍ୱକା ଶକ୍ତି ମଧ୍ୟରେ ଅନ୍ୟତମା । ‘ଇନ୍ଦ୍ର ନୀଳମଣି ପୁରାଣ’ରେ ରୋହିଣୀକୁଣ୍ଡ ପ୍ରଶସ୍ତିରେ କୁହାଯାଇଛି.....
    ‘ଯୋଗମାୟାଙ୍ଗ ସମ୍ଭୂତାଂ ପ୍ରଳୟୋଦକ
    ଶୋଷିଣୀ ଅର୍ଦ୍ଧାଶନୀ ମହାଦେବୀ
    କ୍ଷେତ୍ର ରକ୍ଷା ବିଧାୟିନୀ ।’
    ପୋଡ଼ ପିଠା ଖୁଆଇବାର ରହସ୍ୟ :-
    ଦାରୁ ରୂପୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା ବିଚିତ୍ର।ଦାରୁଦେବତାଙ୍କର ଅନେକ ଆଚରଣ ମଣିଷ ପରି। ଯେମିତି ନାନା ଦିନେ ନାନା ଖାଦ୍ୟ ସାମଗ୍ରୀ ଖାଇବାରେ ମଣିଷର ଆଗ୍ରହ , ସେହିପରି ପ୍ରଭୁ ଜଗନ୍ନାଥ ଙ୍କର ପୋଡପିଠା ଖାଇବାରେ ଆଗ୍ରହ। ସେଥିପାଇଁ ମାଉସୀ ମା'ଙ୍କର ଶ୍ରଦ୍ଧାର ନିଦର୍ଶନ ସ୍ବରୂପ ପୋଡପିଠା ଭୋଗ ଲାଗେ। ଦାରୁ ମୂର୍ତ୍ତି ଚତୁଷ୍ଟୟ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ରଥରେ ଆସି ଶ୍ରୀମନ୍ଦିରରୁ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି। ବାହୁଡ଼ାଯାତ୍ରା ଦିନ ତିନୋଟି ବାହୁଡା଼ ରଥ ଏହି ମାଉସୀ ମା' ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ମନ୍ଦିର ତରଫରୁ ପୋଡ଼-ପିଠା ଭୋଗ ହୋଇଥାଏ। ପୁରାଣରୁ ଜଣାଯାଏ - ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ଯିବା ସମୟରେ କାକୀ ମା' କୈକେୟୀଙ୍କୁ କହିଥିଲେ- 'ତୁମର ମୋର ସମ୍ପର୍କ ଜନ୍ମଜନ୍ମାନ୍ତର ରହିବ। ତ୍ରେତୟା ଯୁଗ ଅବସାନ ପରେ ଆସିବ ଦ୍ଵାପର ଯୁଗ। ସେଥିରେ ମଧ୍ୟ ତୁମେ ଏକ ବଳିଷ୍ଠ ଭୂମିକାରେ ଅବତୀର୍ଣ୍ଣ ହେବ। ତୁମେ ହେବ ଯଶୋମତୀ,ଆଉ ମୁଁ ହେବି ନଟନାଗର ଲବଣୀଚୋର କାହ୍ନା। ତା'ପରେ ଆସିବ କଳିଯୁଗ- ସେଥିରେ ମୁଁ ହେବି ଓଁକାର ଦାରୁବ୍ରହ୍ମ ଜଗନ୍ନାଥ,ଆଉ ତୁମେ ହେବ ମୋ ମାଉସୀ ମାଆ। ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ତୁମେ ଅବସ୍ଥାପିତ ହେବ।ଘୋଷଯାତ୍ରାଦିନ ବଡ଼ଦାଣ୍ଡରେ ମୋ ନନ୍ଦିଘୋଷ ରଥ ଗଡିଯିବାବେଳେ ତୁମ ହାତ ପ୍ରସ୍ତୁତ ପୋଡ଼ପିଠା ଖାଇବା ପାଇଁ ମୁଁ ଅଟକିଯିବି।
    ବିଶ୍ବାସରେ ଏବେ ବି ଅର୍ଦ୍ଧାସନୀ ମାଉସୀ ମା ମନ୍ଦିରରେ ପୂଜା ପାଉଛନ୍ତୀ।ଦଇତାପଡା ସାହି ପାର୍ଶ୍ବରେ ଏହି ମନ୍ଦିର ରହିଛି। ଏହି ମନ୍ଦିର କେଶରୀ ବଂଶର ରାଜାଙ୍କ ସମୟରେ ନିର୍ମାଣ କରାଯାଇଥିଲା। ମନ୍ଦିରରେ ମାଉସୀ ମା’ଙ୍କର କୃଷ୍ଣପ୍ରସ୍ତର ନିର୍ମିତ ଦ୍ବିଭୂଜା ରମଣୀୟ ବିଗ୍ରହ ରହିଛି। ବିଗ୍ରହଙ୍କ ଦୁଇ ପାର୍ଶ୍ବରେ ପାର୍ଶ୍ବଦେବୀ ରହିଛନ୍ତି। ମୂର୍ତ୍ତିର କଟିଦେଶରୁ ଆଛାଦିତ କରି ଏଠାରେ ଦେବୀ ସୁଭଦ୍ରାଙ୍କ ମୁଖାଟିଏ ଛାପି ଦିଆଯାଇଛି। ମନ୍ଦିରର ଜଗମୋହନରେ ମହାଲକ୍ଷ୍ମୀ, ହନୁମାନ, ନୃସିଂହ, ରାଧାକୃଷ୍ଣ, ରାମାଭିଷେକ, ପଞ୍ଚମୁଖୀ ହନୁମାନ, କାଳୀ, ଦୁର୍ଗା, ଦଶଅବତାର, ଗଣେଣ, ଦଶମହାବିଦ୍ୟା, ଶିବପାର୍ବତୀ ଓ ନବଗ୍ରହ ଆଦି ଦେବାଦେବୀଙ୍କ ଚିତ୍ରପ୍ରତିମା ପୂଜା ପାଉଛନ୍ତି। ପ୍ରତିଦିନ ଭୋରରୁ ମା’ଙ୍କ ଦ୍ବାରଫିଟା ଯାଇ ସ୍ନାନ, ବେଶ କରାଯିବା ସହିତ ସକାଳ ଓ ସନ୍ଧ୍ୟାରେ ବାଳଭୋଗ କରାଯାଏ। ଏହି ଦେବୀ ବନଦୁର୍ଗା ମନ୍ତ୍ର‌ରେ ପୂଜା ପାଇଥାନ୍ତି। ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଦିନ ମା’ଙ୍କ ଜଳାଶାୟୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ। ପ୍ରଚଣ୍ଡ ରୌଦ୍ରତାପରୁ ମା’ଙ୍କୁ ଶୀତଳ ରଖିବା ପାଇଁ ପ୍ରତିବର୍ଷ ଏହି ତିଥିରେ ମା’ଙ୍କ ଜଳାଭିଷେକ ହୋଇଥାଏ।
    ପୋଡ଼ପିଠା ପ୍ରସ୍ତୁତି :-
    ମହାପ୍ରଭୁଙ୍କ ପୋଡ଼ପିଠା ପ୍ରସ୍ତୁତି ଶୈଳୀ ସ୍ୱତନ୍ତ୍ର। ଏଥିପାଇଁ ମାଉସୀ ମା’ଙ୍କ ସେବକମାନେ ହବିଷାନ୍ନ ପାଳିଥାନ୍ତି। ମହାପ୍ରଭୁଙ୍କ ପୋଡ଼ପିଠା ପାଇଁ ହେରାପଞ୍ଚମୀ ଦିନ ଚୁଲି ଅନୁକୂଳ ହୋଇଥାଏ। ପୋଡ଼ପିଠା ପାଇଁଛେନା, ଗହମ ଅଟା, ଭଲ ଘିଅ, ଚିନି, ବାଦାମ, ଖିସିମିସି, ଅଳେଇଚ, ଲବଙ୍ଗ ପ୍ରଭୃତି ବିଭିନ୍ନ ଦ୍ରବ୍ୟରେ ପ୍ରସ୍ତୁତ ହୁଏ। ଇଟାରେ ତିଆରି ଚୁଲିରେ ଏକ ପାଣିହାଣ୍ଡି ବସାଯାଇ ଗରମ କରାଯାଏ। ଏ ସମସ୍ତ ଦ୍ରବ୍ୟକୁ ଏକତ୍ର କରି ଏକ ମାଟିତାଡରେ ରଖି ତାହା ଉପରେ ଢାଙ୍କୁଣି ଘୋଡ଼ାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେହେତୁ ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ ସେଥିଲାଗି ତାଡରେ ପୂର୍ବରୁ ଥିବା ପାଣିର ବାଷ୍ପରେ ଏହା ସମ୍ପୂର୍ଣ୍ଣ ଶିଝିଥାଏ। ବାଷ୍ପୀକରଣ ପ୍ରକ୍ରିୟାରେ ଏହାକୁ ସିଝିବାକୁ ଦିଆଯାଏ। ମିଶ୍ରଣ ପ୍ରାୟ ୮ ଘଣ୍ଟା ଚୁଲିରେ ବସି ସିଝି ସାରିବା ପରେ ଏହାକୁ ଥଣ୍ଡା କରାଯାଇ ଖଣ୍ଡ ଖଣ୍ଡ କରି କଟାଯାଇ ଶୁଦ୍ଧ ଘିଅରେ ଛଣାଯାଏ।ପରେ ଏହାକୁ ମାଟି ହାଣ୍ଡିରେ ରଖାଯାଇ ତିନି ରଥ ନିକଟକୁ ଭୋଗ ହେବାକୁ ଯାଏ। ବାହୁଡ଼ା ଦିନ ତିନି ରଥ ମାଉସୀ ମା'ଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ପୂଜାପଣ୍ଡା ସାମନ୍ତ ଆସି ମା'ଙ୍କ ପାଖରେ ଭୋଗ କରିବା ପରେ ରଥାରୂଢ଼ ଠାକୁରଙ୍କୁ ସମର୍ପଣ କରିଥାନ୍ତି। ଏହାକୁ 'ସର୍ପମଣୋହୀ ଭୋଗ' କୁହାଯାଇଥାଏ। ଏ‌ହାଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ସଜ ରହିଥାଏ।
    ---------
    #Mausima
    #drashutoshprasadmishra
    #Rathayatra
    #Bahuda
    #jagannathmahima
    #odisha365
    #dhamamadhuri

Комментарии • 588

  • @lababehera6765
    @lababehera6765 6 месяцев назад +28

    ମାକୈକେୟୀ ହେଉଛନ୍ତି ଦ୍ଵାପର ଯୁଗରେ ଯୋଶୋଦା ମାଁ କଳିଯୁଗରେ ସେହେଉଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ଜୟ ଜଗନ୍ନାଥ ❤❤❤❤

  • @litulitulitu
    @litulitulitu 6 месяцев назад +65

    ଆଜ୍ଞା ନମସ୍କାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 30 ବର୍ଷ ଧରି ଗୋଟିଏ ପ୍ରଶନ୍ମ ର ଉତ୍ତର ପାଇଲି। ଆପଣଙ୍କ ଏହି କଥା ଶୁଣି ମୋ ଜୀବନର ସେ ସମସ୍ୟା ସମାଧାନ ହୋଇଗଲା। ଜୟ ଶ୍ରୀ ଜଗନ୍ନାଥ

  • @KumarManascreation
    @KumarManascreation 2 месяца назад +32

    ମୋ ପ୍ରାଣ ଠାକୁରଙ୍କ କଥା ଏତେସୁନ୍ଦର କହୁଛନ୍ତି ଆପଣ 🙏ଆପଣଙ୍କ ପାଦ ତଳେ ମୋର ଅନନ୍ତ କୋଟି ଦଣ୍ଡବତ 🙏❤️

  • @banacreations1102
    @banacreations1102 4 месяца назад +21

    ଆପଣ ଙ୍କ ଦ୍ୱାରା ପାରିବେଷିତ ପ୍ରତ୍ୟେକ ମହାପ୍ରଭୁଙ୍କ ବିଷୟରେ ପାରିବେଷିତ କଥା ଶୁଣିବାକୁ ମତେ ବହୁତ ଭଲ ଲାଗେ..

  • @sandhyapattnaik2817
    @sandhyapattnaik2817 6 месяцев назад +34

    ଜୟ ମୋ ମଣିମା ଙ୍କର ଜୟ ହେଉ 🙏.
    ଆଶୁତୋଷ , ଏ ବିଷୟ ରେ କିଛି ଜାଣି ଥିଲେ ମଧ୍ୟ , ବାବୁ ରେ କହିବା ର ଶୈଳୀ ଏତେ ମଧୁର ଥିଲା ଯେ ଭାବ ବିହୋଳ ହୋଇ ଆଖିରୁ ଧାର ଧାର ଲୁହ ବୋହି ଗଲା , ମଣିମା ଙ୍କ କୃପା ବାରି ଏମିତି ସଦା ତୁମ ଉପରେ ଝରୁଥାଉ ❤...ମଣିମା ହେ ଅନନ୍ତ କୋଟି ଦଣ୍ଡବତ ତୁମ ପଦ୍ମ ପାଦରେ 🙏❤️🌹❤️🙏

  • @rashmikantasahu3522
    @rashmikantasahu3522 3 месяца назад +13

    ପ୍ରଣାମ 🙏 ମୁଁ ଆଗରୁ ଶୁଣିଥିଲି ଯେ କୈକେୟୀ ଦ୍ୱାପରେ ଦେବକୀ ରୂପେ ଜନ୍ମି ଥିଲେ। କଂସ କାରାଗାର ରେ ବନ୍ଦୀ ଜୀବନ କଥା ଯେବେ ମା ଦେବକୀ କୃଷ୍ଣଙ୍କୁ ପଚାରିଲେ ସେତେବେଳ କୃଷ୍ଣ ତାଙ୍କୁ ତ୍ରେତୟା ଯୁଗ ରେ କୈକେୟୀ ରୂପେ ତାଙ୍କୁ ବନବାସ ଦେଇଥିବା ସ୍ମରଣ କରେଇ ଦେଇଥିଲେ। 🙏 କୃପା କରି ଆମ ଶଙ୍କା ସମାଧାନ କରିବା ହେବେ🙏 ଜୟ ଜଗନ୍ନାଥ 🙏

  • @brajeswarisingh909
    @brajeswarisingh909 6 месяцев назад +15

    ଜୟ ଜଗନ୍ନାଥ 🙏 ଆପଣ ପ୍ରଭୁଙ୍କର ବରପୁତ୍ର ବରଦାନ ପାଇଛନ୍ତି, ଆଉ ପ୍ରଭୁଙ୍କ ମହିମା ଗାନ କରୁଛନ୍ତି ଅଶେଷ ଧନ୍ୟବାଦ ଆପଣଙ୍କୁ l

  • @truptimayeesenapati2161
    @truptimayeesenapati2161 6 месяцев назад +24

    Dr sir ଆପଣ ଙ୍କ କଥା ରେ ଯାଦୁ , ହୃଦୟ କୁ ପୂର୍ଣ୍ଣମାତ୍ରାରେ ଛୁଇଁଲା ପରି ଉପସ୍ଥାପନା, ଜୟ ଜଗନ୍ନାଥ

  • @satishchandrabehera7291
    @satishchandrabehera7291 2 месяца назад +5

    ଆପଣଙ୍କ ମୁଖ ନିଃସୃତ ହରିକଥା ଶ୍ରବଣରେ ମନ ଆନନ୍ଦିତ ହେବା ସହିତ ଆପଣଙ୍କ ସ୍ମିତହାସ୍ୟ ମନକୁ ପ୍ରଫୁଲ୍ଲିତ କରୁଛି। ମାତା କୈକେୟୀ କି ଜ଼ୟ!!!
    ଆଶୁତୋଷଙ୍କର ଜୟ ହେଉ। ଜୟ ଜଗନ୍ନାଥ!!!

  • @pramilakar4983
    @pramilakar4983 5 месяцев назад +18

    ମାଉସୀ ମା ଙ୍କର ସମ୍ପର୍କରେ ସୁ ବିସ୍ତୃତ ବିବରଣୀ ପ୍ରଦାନ କରିଥୀବାରୁ ଅଶେଷ ଧନ୍ୟବାଦ୍ ଜୟ ଜଗନ୍ନାଥ 🙏🪷🙏

  • @kuntalasahoo8727
    @kuntalasahoo8727 5 месяцев назад +10

    ଧନ୍ୟବାଦ ଆଶୁତୋଷ,ତୁମର ଭାବଗର୍ଭକ ଆନନ୍ଦଦାୟକ ବାଣୀ ଶୁଣି କର୍ଣ ପବିତ୍ର ହୋଇଗଲା।

  • @rajaniapat7946
    @rajaniapat7946 3 месяца назад +11

    ସତରେ ସାର ଆଖୁରୁଲୁହ ଆସିଯାଉଛି ଠାକୁରଙ୍କକେତେ ସୁନ୍ଦର କଥା ଜୟ ଜଗନ୍ନାଥ ❤❤❤❤

  • @NabinPratihari-rt6my
    @NabinPratihari-rt6my 6 месяцев назад +47

    ଜୟ ଜଗନ୍ନାଥ ସ୍ଵାମୀ ସାର୍ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣକୁ ଘଣ୍ଟ ଘୋଡାଇ ରଖିଥାନ୍ତୁ। ଆପଣକଂ କଣ୍ଠରେ ପ୍ରଭୁ ଜଗନ୍ନାଥଙ୍କ ବାସ। ଆପଣକଂ ପ୍ରବଚନ ଶୁଣିବା ମାତ୍ରକେ ମନରେ ଅପାର ଭାବନା ଜାଗ୍ରତ ହୁଏ। ପ୍ରଭୁ ଜଗନ୍ନାଥଙ୍କ ଚକା ଆଖି ମନେ ପଡେ। ଲାଗେ ପ୍ରଭୁଙ୍କ ପାଖରେ ଯେମିତି ରହିଛି।🙇🙇🙏🙏🙇🙇

    • @ranjanapravaroutray9891
      @ranjanapravaroutray9891 5 месяцев назад +2

      Jay Jagannath

    • @GayatriApa
      @GayatriApa 4 месяца назад +2

      ମୋ ଗୋଟିଏ ଗଳ୍ପର ନାୟିକା କୁ ତା ମାଆ କୈକେୟୀ ଦେଇଛି।

  • @sunilmahankuda7785
    @sunilmahankuda7785 2 месяца назад +10

    ଜୟ ଜଗନ୍ନାଥ
    ଆପଣଙ୍କ ବର୍ଣ୍ଣନା ଵହୁତ ଶୃତି ମଧୁର
    ଆପଣଙ୍କୁ ଧନ୍ୟବାଦ ଜଗନ୍ନାଥ ଙ୍କ ବିଷୟ ପାଠ କରିଥିବାରୁ

  • @RanjanKumar-iw2gv
    @RanjanKumar-iw2gv 3 месяца назад +21

    ଆପଣଙ୍କୁ ଅନେକ୍ ଅନେକ୍ ଧନ୍ୟବାଦ୍ 🙏🙏
    ଆପଣଙ୍କ ଠାରୁ ଏ ଦିବ୍ୟ କଥା ଶୁଣି ଆମେ ଧନ୍ୟ
    କଥା ଯେତିକି ମଧୁର
    ଆପଣଙ୍କ ଠାରୁ ଶୁଣିବାକୁ ଆହୁରି ମଧୁର ଲାଗୁଚି
    🙏🙏 ପ୍ରଣାମ ଗ୍ରହଣ କରିବେ
    ଜୟ ଜଗନ୍ନାଥ

  • @NaliniKansarali
    @NaliniKansarali 5 месяцев назад +7

    ଓଁ ନମୋ ଭଗବତେ ବାସୁଦେବାୟ ,ଜୟ ଶ୍ରୀକୃଷ୍ଣ ❤

  • @sanjibanisudhapattanaik6923
    @sanjibanisudhapattanaik6923 5 месяцев назад +7

    ଧନ୍ୟ ତୁମ ବାବା ମାଆ ତୁମ କୁ ସଂସ୍କାର ସିକେଇ ଛନ୍ତି ତୁମ କଥା ଶୁଣିଲେ ମନ ରେ ଶାନ୍ତି ଆସୁଚି ପ୍ରଭୁ ତୁମ କୁ ଏମିତି ଶକ୍ତି ଦେଇଥନ୍ତୁୁ ଜଗନ୍ନାଥ ଙ୍କ ଗୁଣ ଗା ଉ ଥାଅ ❤❤

  • @basantkumarpradhan1709
    @basantkumarpradhan1709 5 месяцев назад +8

    ଅତିସୁନ୍ଦର କଥନ ଶୈଳୀ, ସଦା ଆପଣଙ୍କ ଉପରେ ଜଗତସ୍ୱାମୀଙ୍କ କୃପା ରହିଥାଉ ଏବଂ ଏମିତି ତାଙ୍କ ଲୀଳା ଖେଳା ର ବୃତ୍ତାନ୍ତ ଆମକୁ ଶୁଣେଇବା ହେଉଥାନ୍ତୁ ହେ ବନ୍ଧୁ ଆପଣକୁ ମୋର କୋଟି 🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏

  • @akashbarik8387
    @akashbarik8387 6 месяцев назад +9

    ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕

  • @smitamahalik9180
    @smitamahalik9180 6 месяцев назад +6

    ଶ୍ରୀ ରାଧା ରାଧା ରାଧା

  • @rabinarayansamantrat1727
    @rabinarayansamantrat1727 2 месяца назад +2

    ପଣ୍ତିତ ମହାଶୟ ଙ୍କୁ ମୋର ପ୍ରଣାମ,, ପ୍ରଭୁଙ୍କ ମହିଁମl ଓ ଲୀଳା ବିଷୟରେ ଏତେ ସୁନ୍ଦର ବ୍ୟାଖ୍ୟା କରିଛନ୍ତି ଶୁଣିକି ଆଖିରେ ଲୁହ ଆସିଗଲା,, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ,, ଜୟ ଜଗନ୍ନାଥ ପ୍ରଭୁ 🙏🙏🙏

  • @PravatDas-sr8tv
    @PravatDas-sr8tv 6 месяцев назад +12

    Sirସତରେ ଆମ ଠାକୁର କେତେ ସୁନ୍ଦର କନ୍ଦେଇଦେଲେ sir ❤❤❤❤❤

  • @tinapati4896
    @tinapati4896 2 месяца назад

    ଖୁବ ପ୍ରାଣସ୍ପର୍ଶୀ ❤ ଆଖିରେ ଲୁହ ଆସିଗଲା।ବହୁତ ଧନ୍ୟବାଦ 🙏

  • @beastweb14
    @beastweb14 5 месяцев назад +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤❤

  • @agneyasahoo8697
    @agneyasahoo8697 6 месяцев назад +6

    ⭕❗⭕ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ

  • @himanshusekharpattanayak8455
    @himanshusekharpattanayak8455 5 месяцев назад +5

    ଜୟ ଜଗନ୍ନାଥ ବହୁତ ଭଲ ଲା ଗି ଲା

  • @manoranjandas6671
    @manoranjandas6671 6 месяцев назад +11

    ll ପ୍ରଭୁ କିସ ବହୁନିବି ଚରଣ
    ତିନି ପୂର ଲୋକ ଯାହାର ଶରଣ
    ମୋତେ ଶରଣ ଦେବ ନାରାୟଣ ll
    ଜୟ ଜଗନ୍ନାଥ 🙏🙏🙏

  • @Santoshsahu-ip9fs
    @Santoshsahu-ip9fs 6 месяцев назад +9

    ଜୟ ଜଗନ୍ନାଥ ସ୍ୱାମୀ.... ❤️❤️🙏🏼🙏🏼

    • @mamatanayak4204
      @mamatanayak4204 5 месяцев назад +1

      🙏 jayjagannath 🙏🙏❤️❤️🙏🙏

  • @srimanharichandan4479
    @srimanharichandan4479 2 месяца назад +2

    Ashutosh
    I believe that you are the Blessings of KALIA SAANTA.THE KNOWLEGE. THE LANGUAGE. THE INTRINSIC BHAKTI BHABA LORD has showered on you.HIS infinite fathomless inarticulate GRACE has choosen you to carryout HIS WORK on earth. GOD BLESS. YOU🙏

  • @nabakishore4297
    @nabakishore4297 5 месяцев назад +2

    ଜୟ ଜଗନ୍ନାଥ ମହାପ୍ରଭୁ । ବହୁତ ବହୁତ ସୁନ୍ଦର ଲାଗିଲା ସାର ।

  • @kalandimurmu3303
    @kalandimurmu3303 2 месяца назад +2

    🌹🌹🌹🌹🙏🙏🙏ଆପଣଙ୍କ ପଦାର୍ବିନ୍ଦେ କୋଟି କୋଟି ନମଃ। 🙏🙏🙏🙏🙏🙏

  • @gitanjalimohanty1389
    @gitanjalimohanty1389 5 месяцев назад +2

    ଖୁବ୍ ସୁନ୍ଦର ତତ୍ତ୍ଵ ପୂର୍ଣ୍ଣ ତଥ୍ୟର ଚମତ୍କାର ଉପସ୍ଥାପନା 🙏

  • @madhusmitasahoo3221
    @madhusmitasahoo3221 6 месяцев назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏 ବହୁତ ସୁନ୍ଦର 🙏

  • @Subhalaxmi7
    @Subhalaxmi7 6 месяцев назад +2

    🙏🙏🙏ଜୟ ଜଗନ୍ନାଥ ⭕❗⭕🙌🙌🙌ସତ ରେ ଆମ ମହାପ୍ରଭୁ ହିଁ ଏମିତି ଲୀଳା କରିପାରନ୍ତି 😥😢ଜୟ ଜଗନ୍ନାଥ ⭕❗⭕🙌🙌🙌🙌

  • @sabitridas7290
    @sabitridas7290 6 месяцев назад +2

    ଆପଣଙ୍କ ଭାବ ବିଭୋର ଉପସ୍ଥାପନାରେ ଆଖିରୁ ଲୁହ ଝରି ଆସିଲା ସାର୍, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏

  • @lopamudrasamantaray3481
    @lopamudrasamantaray3481 6 месяцев назад +3

    ମଣିମା ମହାପ୍ରଭୁ ହେ

  • @adityadr9982
    @adityadr9982 6 месяцев назад +7

    Jai jagannath mahaprabhu 🙏🙏jai mausi maa

  • @bisoi506
    @bisoi506 6 месяцев назад +2

    ଅତି ସୁନ୍ଦର ପରିବେଷଣ ମହାରାଜ... ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @anilkusahoo33539
    @anilkusahoo33539 6 месяцев назад +11

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ
    🙏🙏🙏⭕‼️⭕🙏🙏🙏
    ଭକ୍ତି ରେ ଲେଖନ୍ତୁ ଜୟ ଜଗନ୍ନାଥ ସ୍ବାମୀ

  • @limun636
    @limun636 6 месяцев назад +3

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏

  • @chandangaranayak4288
    @chandangaranayak4288 5 месяцев назад +3

    ଜୟ ଜଗନ୍ନାଥ ପ୍ରଭୁ 🙏🙏

  • @Subhaguli1234
    @Subhaguli1234 5 месяцев назад +4

    Jay Shree Jagannath , jay maa 🙏🙏🙏🙏

  • @manojasahoo202
    @manojasahoo202 5 месяцев назад +5

    ଜୟ ଜଗନ୍ନାଥ ଆମ ଓଡ଼ିଶା ର ଆରାଧ୍ୟା ଠାକୁର ବହୁତ ସୁନ୍ଦର ଉପଖନ

  • @nanditasingh9216
    @nanditasingh9216 2 месяца назад +1

    ଭାବ ର ଠାକୁର ମୋର... ଭାବ ରେ ବିହ୍ଵଳ କଲା......ଶ୍ରାବଣ ର ସ୍ପର୍ଶ ରେ ଆଖି ମୋ ଓଦା ହେଲା... ଆପଣ ଙ୍କୁ ଅଶେଷ ଧନ୍ୟବାଦ ଏ ବିଶେଷ ଅନୁଭୂତି ନିମନ୍ତେ

  • @jituveritystore6276
    @jituveritystore6276 2 месяца назад +1

    Asutosh sir prannam, mo prabhunku kotikoti dandabata

  • @bhagbanbehera5601
    @bhagbanbehera5601 2 месяца назад

    ଆପଣଙ୍କୁ ମୋର ହୃଦୟ ର ଗଭୀର ତମ ପ୍ରଦେଶରୁ କୋଟି କୋଟି namskar l ଆପଣ ହିଁ ପ୍ରକୃତରେ jagatanatha ଙ୍କର bhakta l

  • @rapa9052
    @rapa9052 4 месяца назад +2

    🚩🙏🌺🪔 Jai Jagannatha Laxmi Maa 🌺🙏🚩

  • @prakasinidas8188
    @prakasinidas8188 6 месяцев назад +5

    କୃପାଳୁ ମଣିମା ମୋର!ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମହାବାହୁ... ଜୟ ଜଗନ୍ନାଥ🌼🌹❤️🌹🌼🙏

  • @DiptimayeeBiswal-wy9hz
    @DiptimayeeBiswal-wy9hz 2 месяца назад

    ବହୁତ ସୁନ୍ଦର କଥା କହିଲେ ଆପଣ । ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏

  • @rapa9052
    @rapa9052 4 месяца назад +2

    🚩🙏🌺🪔 Jai Jagannatha Balabhadra Subhadra🌺🙏🚩

  • @saradasahoo2409
    @saradasahoo2409 4 месяца назад +1

    ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ସବୁଠୁ ବେଶୀ ଭଲପାଉ ଥିଲେ ମାତା କୈକେୟୀ। ନିଜେ ପ୍ରଭୁ ଶ୍ରୀରାମ କହିଛନ୍ତି ଯିଏ ମୋ ମାଆ କୈକେୟୀଙ୍କୁ ନିନ୍ଦା କରିବେ ସେ କବେବି ମୋର ପ୍ରିୟ ହେବନି ପ୍ରଭୁ ମୋର ଭାରି ଦୟାଳୁ ଭକ୍ତ ଗୋଇଠା ମାରିଲେ ଯୁଗେ ଯୁଗେ ସେହି ଭକ୍ତଙ୍କ ପାଦଚିହ୍ନ ଧରିଲେ।ସବୁ ସହିବେ କେବେ ଭକ୍ତଙ୍କର ନିନ୍ଦାସହିବେନି ସେଥିପାଇଁ କହିବି କୋଉଠି ପ୍ରଭୁଙ୍କ ଭକ୍ତଙ୍କୁ ନିନ୍ଦିବେନି।କେବଳ ପ୍ରକୃତ ଭକ୍ତଙ୍କୁ ଚିହ୍ନିବା ଦରକାର
    ଜୟ ଜଗନ୍ନାଥ

  • @Manika1821
    @Manika1821 5 месяцев назад +2

    ପ୍ରତି ଟି ଶବ୍ଦ ରେ ଜଗନ୍ନାଥ ହିଁ ସୁଭା ଯାଉଥିଲା, ଆଉ ଅଧିକ ଶୁଣି ବାକୁ ଧୌର୍ଯୟହରା ହେଇ ଗଲି ସାଆନ୍ତେ, ଧନ୍ୟ ତୁମ ବର୍ଣ୍ଣନା ଧନ୍ୟ ଜଗନ୍ନାଥ। !!!

  • @sailabaladolai4669
    @sailabaladolai4669 3 месяца назад

    ବହୁତ ଗୁରୁତ୍ବପୂର୍ଣ୍ଣ ବିଷୟ ଯାହା କହିଲେ ମର୍ମସ୍ପର୍ଶୀ ହୋଇପାରିଛି ଧନ୍ୟବାଦ

    • @susamadash3483
      @susamadash3483 3 месяца назад

      ହୃଦୟ ସ୍ପର୍ଶୀ ବର୍ଣନା ।

  • @NirupamaDevi24
    @NirupamaDevi24 5 месяцев назад +1

    ଜୟ ଜଗନ୍ନାଥ, ଅପୂର୍ବ ଭାବ ଭକ୍ତିର ଦେବ ଦୂତ ଆପଣ 🙏🙏💐

  • @giridharipanda1287
    @giridharipanda1287 2 месяца назад

    ବହୁତ ଶିକ୍ଷଣୀୟ। ଧନ୍ୟବାଦ।

  • @lalisahu7357
    @lalisahu7357 2 месяца назад

    ଜୟ ଜଗନ୍ନାଥ 🙏, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ . ଆଖି ରୁ ଲୁହ ଆସିଗଲା ଜୟ ଜୟ ଜଗନ୍ନାଥ

  • @subhadranaik3989
    @subhadranaik3989 2 месяца назад +1

    ଜୟ ଜଗନ୍ନାଥ 🙏🙏🙏❤️❤❤

  • @akashbarik8387
    @akashbarik8387 6 месяцев назад +2

    ମହାପ୍ରଭୁ ଙ୍କ ର ଏମିତି କୃପା ଥାଉ ସବୁବେଳେ ମହାପ୍ରଭୁ ନକର ଗୁଣ ଗାଥା ଶ୍ରାବଣ କରିଥାଉ ⭕‼️⭕
    ମହାପ୍ରଭୁ ଙ୍କ ର ଶ୍ରୀ ଚରଣ ର ବିନ୍ଦରେ ଅନନ୍ତ କୋଟି କୋଟି ପ୍ରଣାମ ⭕‼️⭕

  • @saritamaharana4151
    @saritamaharana4151 3 месяца назад +9

    ଘର ର ଗୃହଣି କୁ ତା ଘର ର ସୁଖଃ ପାଇ ଘର କୁଟୁମ୍ବ ଠାରୁ ବହୁତ ଦୁଃଖ, ନିନ୍ଦା ସହି ଥାନ୍ତି

  • @laxmipriyalenka7016
    @laxmipriyalenka7016 5 месяцев назад +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🙏🙏🙏

  • @laxmimahapatra1681
    @laxmimahapatra1681 2 месяца назад +1

    Jay Jagannath 🙏 maha Prabhu 🙏🙏 🙏🙏🙏

  • @hariharamania4614
    @hariharamania4614 5 месяцев назад +2

    ଆଜ୍ଞା। ନମସ୍କାର ଆପଣ ଓଡ଼ିଆ ମାନଙ୍କର ପରିବାରର ଜଣେ ମୌଡ ମଣି

  • @mukeshparida6754
    @mukeshparida6754 5 месяцев назад +1

    🙌🏻ଜୟ ଜଗନ୍ନାଥ🙏🏻

  • @KaberiPaltasingh
    @KaberiPaltasingh 3 месяца назад

    ଅତି ସୁନ୍ଦର ଲାଗିଲା ଧାମ ମାଧୁରୀ ସୁଣାଉ ଥିବାରୁ ଧନ୍ୟବାଦ

  • @nandinimishra8578
    @nandinimishra8578 6 месяцев назад +1

    Sunder ebam rochaka tathya.Bhabagarbhaka upasthapana.Dhanya Prabhu dhanya tuma upasthapaka..Jai Jagannath

  • @priyankamohapatra1647
    @priyankamohapatra1647 6 месяцев назад +2

    ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @ThinkAboutStudy
    @ThinkAboutStudy 4 месяца назад +1

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏

  • @gitamayeemohapatra48
    @gitamayeemohapatra48 4 месяца назад

    ,ଜୟ ଜଗନ୍ନାଥ, ଆପଣଙ୍କ ଅମୃତ ବାଣୀକୁ ଏ ଅଧମ ଶୁଣିବାର ସୁଯୋଗ ମହାପ୍ରଭୁଙ୍କର ଏକ ଆଶୀର୍ବାଦ ମନେ କରେ🙏🙏

  • @reetabisoi7901
    @reetabisoi7901 5 месяцев назад +1

    Namsakar sir ur presentation is very sweet nd nice very good information about mausi maa

  • @manashwiniAcharya
    @manashwiniAcharya 2 месяца назад

    Sir kete badhia apananka narration ...
    Emty sabubele bhakti ra Sakti re ashrita hoithantu 🙏
    Koti Pranam apananku

  • @bijaykumarpattnaik3987
    @bijaykumarpattnaik3987 5 месяцев назад +1

    Ashutosh name is very good, your speach is like that. Thanks you very much.

  • @priyambadadas233
    @priyambadadas233 5 месяцев назад +1

    Aapanku asesh dhanyawad. Aah mana Khushi heigala.Jay Jagannath..

  • @rakeshkumarsahoo2425
    @rakeshkumarsahoo2425 5 месяцев назад +2

    Jai jagannath

  • @GaneshJena-mr1hf
    @GaneshJena-mr1hf 2 месяца назад

    ଧନ୍ୟବାଦ ଆପଣ ଙ୍କୁ |

  • @smritimaity3020
    @smritimaity3020 6 месяцев назад +1

    খুব সুন্দর ব্যখ্যা, সম্পূর্ণ শ্রীমদ্ভাগবত নিয়ে video করলে ভালো হোত। আপনাদের এই সব video দেখেই আমরা পুরী তে অনেক মন্দির দেখেছি, জানতে ও পেরেছি। খুব সুন্দর উপস্থাপনা। এভাবেই আরো মন্দির নিয়ে বলতে থাকবেন। শ্রীমদ্ভাগবত নিয়ে একটু ভেবে দেখবেন। জয় জগন্নাথ⚫❗⚫

  • @bimalpadhan5982
    @bimalpadhan5982 6 месяцев назад +1

    Jai Jagannath 🙏Kandai dele Agyan Bahut bhala lagila .

  • @skrushnareddy6796
    @skrushnareddy6796 2 месяца назад

    ପୂଜ୍ୟ ଶ୍ରୀ ପଣ୍ଡିତ ଆଶୁତୋଷ ପ୍ରସାଦ ମିଶ୍ର ମୋର ଅନନ୍ତ କୋଟି କୋଟି ପ୍ରଣାମ
    ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    🥀🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🥀🌹🌹💮💮🙌🥥🌷🌿🚩🚩🌺🌻💐🍁🏵️🏵️🍌🪔🪔🌼🌸🙏🕉️🥀🌹💮🥥🌷🌻🚩🌿💐🍁🏵️🍌🪔🌼🍂⭕‼️⭕

  • @bhagirathiswain2680
    @bhagirathiswain2680 5 месяцев назад +2

    Jay Jagannath 🌹🙏🙏🙏🌹

  • @AnjaliSingh-bm9cn
    @AnjaliSingh-bm9cn 2 месяца назад

    ଜୟ ଜଗନ୍ନାଥ 😊 ଆପଣ ଙ୍କ ର ମଙ୍ଗଳ କରନ୍ତୁ

  • @allrounderharapriya4599
    @allrounderharapriya4599 5 месяцев назад +1

    Dhanyavaad he Pujya Guruji koti kiti pranam

  • @prabasinipanda6182
    @prabasinipanda6182 5 месяцев назад +1

    Jai Jagannatha Swami 🙏🏻🌺🌼🌺🙏🏻

  • @suravimahapatra9832
    @suravimahapatra9832 3 месяца назад

    Bhai ki sundar upostapana hrudayaku chnigola...Jai jagannath

  • @skrushnareddy6796
    @skrushnareddy6796 2 месяца назад

    ଓମ୍ ନମଃ ଶ୍ରୀ ମା ମାଉସୀ ମା ଦେଵୀ ନମଃ
    ଓମ୍ ନମଃ ଶ୍ରୀ ଅଦା ସିଲିନି ଦେବୀ ନମଃ
    🕉️🙏🕉️🙏🕉️🙏🌸🌺🌿🚩🚩🌻🌻🌷🥥💮🌹🥀💐🍁🏵️🏵️🪔🌼🌼🍂🌿🚩🚩🌻🌷🌷💮💮🌹🥀🙌🌺🌸🙏🌿🚩🌻🌻🌷🥥🥥🌹🥀🍂🌼🪔🍌🏵️🏵️🍁⭕‼️⭕

  • @lopamudrasamantaray3481
    @lopamudrasamantaray3481 6 месяцев назад +3

    ସାର୍ ଆପଣ ଆଉ ଶ୍ରୀଭକ୍ତାଚରିତମୃତ କହୁନାହାନ୍ତି କଣ ପାଇଁ....

  • @BikashBehera-kt1qe
    @BikashBehera-kt1qe 2 месяца назад

    Ati sundara sir ati sundara jay jagarnatha Swami tuma charane koti koti pranam🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sushamapanda863
    @sushamapanda863 5 месяцев назад +1

    He prabhu chakanayana mote sahahua prabhu🎉❤🎉❤🎉❤

  • @manjulamohapatra7333
    @manjulamohapatra7333 2 месяца назад

    Jai jaganath.apanka mukharu mora aradhyaka katha suni bhaut khusi lagila radhe Radhe.

  • @bhagyalatapradhan4061
    @bhagyalatapradhan4061 2 месяца назад

    ବହୁତ ବହୁତ ଅଭିନନ୍ଦନ, ସମ୍ମାନ!

  • @reetabisoi7901
    @reetabisoi7901 5 месяцев назад

    May lord jagannath bless u to continue this jagannath mahima nd to listen🙏🙏 it we will b blessed

  • @sankarstar9078
    @sankarstar9078 5 месяцев назад +2

    Jay jagnnath 🙏🙏🙏

  • @minakshipani4903
    @minakshipani4903 3 месяца назад

    Bahut sundar upasthapana 🙏🏻

  • @skrushnareddy6796
    @skrushnareddy6796 2 месяца назад

    ମହା ପ୍ରଭୁ ଚରଣ କମଳ ତଳେ ମୋର ଅନନ୍ତ କୋଟି କୋଟି ପ୍ରଣାମ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🥀🌹💮🙌🥥🥥🌷🍂🌼🪔🪔🍌🏵️🍁💐⭕‼️⭕

  • @ramakantghadei7528
    @ramakantghadei7528 2 месяца назад

    କେତେ ସୁନ୍ଦର କଥା

  • @krupasindhumishra3135
    @krupasindhumishra3135 4 месяца назад

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ରାଧେ ରାଧେ ଶ୍ରୀ ଚରଣେ ସଦା ନିତ୍ୟ ଶରଣ

  • @ajayamali6174
    @ajayamali6174 2 месяца назад

    Bahut bahut dhanya baad mo jagara Leela sunei thibaru🙏🙏🙏🙏🙏

  • @santoshgond4281
    @santoshgond4281 2 месяца назад

    Jay jagannath sir bahut sundar.....janina subject nice intresting..

  • @basantsahoo7459
    @basantsahoo7459 6 месяцев назад

    RADHE RADHE

  • @kantarupradhan5294
    @kantarupradhan5294 2 месяца назад

    Outstanding speech.

  • @sudhansuranjanmohapatra6429
    @sudhansuranjanmohapatra6429 2 месяца назад

    Thanks for this soulstirring video. Jai Jagannath 🙏 🙏 🙏

  • @susantakumarmohanty950
    @susantakumarmohanty950 3 месяца назад

    ହରି କଥା ଠାରୁ ସୁନ୍ଦର କଥା ଏ ସଂସାର ରେ ଆଉ କିଛି ନାହିଁ. ସୁନ୍ଦର ଉପସ୍ଥାପନା
    ମହାଶୟ ଆପଣ ଙ୍କ ର.