Punya Prabhatare (ପୁଣ୍ୟ ପ୍ରଭାତରେ...)

Поделиться
HTML-код
  • Опубликовано: 18 сен 2024
  • ଗୀତ- ସ୍ଵାମୀ ସୁଧାନନ୍ଦ ସାରସ୍ଵତୀ ।
    କଣ୍ଠ- ସୌରଭ ନାୟକ ।
    ସଙ୍ଗୀତ - ବୁଲୁ ମିଶ୍ର
    । ପ୍ରଭାତୀ
    ପ୍ରତିଟି ପ୍ରଭାତରେ କାହିଁ କେଉଁ ଦୂରରୁ ଭାସି ଆସୁଥିବା
    ପକ୍ଷୀର କକାଳୀରେ ସେହି ପରମେଶ୍ଵରଙ୍କ ବନ୍ଦନା ।
    ଅରୁଣ ସୂର୍ଯ୍ୟର ଦିପ୍ତିରେ ସେହି ବିଶ୍ଵ ନିୟନ୍ତାଙ୍କ ପ୍ରକାଶ ।
    ହେ ! ପରମ କାରୁଣିକ ମୋ ଅନ୍ତରର କଳୁଷ-କଳିମା,
    ଜୀବନର ସମସ୍ତ ପାତକ ଆପଣଙ୍କ କୃପା ବାରିଧାରରେ ପ୍ରକ୍ଷାଳିତ ହୋଇଯାଉ ।
    କଣ୍ଠରୁ ମୋ ଝରିଯାଉ ସତ୍ୟ ଓ ପ୍ରେମର ପୀୟୂଷ ।
    ସକଳ ଜଗତ ମୋ ପାଇଁ ହୋଇଯାଉ ମଧୁମୟ।
    ପୁଣ୍ୟ ପ୍ରଭାତରେ ପ୍ରଭୁ ହେ ପରମେଶ୍ବର !
    ପ୍ରଣତି ଜଣାଏ ଶ୍ରଦ୍ଧା ଭରେ ଯୋଡ଼ି କର ॥ ୧ ॥
    ପ୍ରକାଶସ୍ଵରୂପ ଦେବ ପ୍ରଜ୍ଞା-ପ୍ରଭାକର !
    ପ୍ରଜ୍ଞାଦାନେ ପ୍ରକାଶିତ କର ମୋ ଅନ୍ତର ॥ ୨ ॥
    କାମ, କ୍ରୋଧ, ଲୋଭ, ମୋହ, ମଦ, ଈର୍ଷ୍ୟା, ଦ୍ବେଷ
    କଳୁଷ-କାଳିମା ମନେ ନ ରହୁ ମୋ ଲେଶ ॥ ୩ ॥
    କର୍ଣ୍ଣେ ଶୁଭୁଥାଉ ବିଭୁ-ଅମୃତ-ସନ୍ଦେଶ ।
    କଣ୍ଠୁ ଝରୁଥାଉ ସତ୍ୟ-ପ୍ରେମର ପୀୟୂଷ ॥ ୪ ॥
    ତରୁ ଡାଳେ, ଫୁଲେ-ଫୁଲେ, ବନେ, ଉପବନେ ।
    ତବ ଚିନ୍ମୟ ସ୍ଵରୂପ ଅନୁଭବେ ଜ୍ଞାନେ ॥ ୫॥
    ‘ତବ ସତ୍ତା ସର୍ବଘଟେ-ସଦା ରଖି ଧ୍ୟାନେ ।
    ତୋଷିବି ସକଳ ଭୂତେ ମିତ୍ର ଆଚରଣେ ॥ ୬ ॥
    ଆଳସ୍ୟ, ଜଡ଼ତା ତେଜି ପର-ଉପକାର ।
    ଆନନ୍ଦରେ କରିଯାଏ ହୋଇଣ ତତ୍‌ପର ॥ ୭ ॥
    ଅସତ୍ୟ, ତିମିର ପଥ ତେଜିଣ ସତ୍ଵର
    ଅନୁସରେ ମାର୍ଗ ସତ୍ୟ-ଜ୍ୟୋତି-ଅମୃତର ॥ ୮ ॥
    ପରଂବ୍ରହ୍ମ ! ତବ ଧାନେ ମଗ୍ନ ରହୁ ମନ ।
    ପରମେଶ ! ତବାଦେଶ କରେ ମୁଁ ପାଳନ ॥ ୯ ॥
    ପ୍ରେମମୟ ! ପ୍ରେମସୁଧା କରିଣ ପ୍ରଦାନ ।
    ପରମ-ଆନନ୍ଦେ ପୂର୍ଣ୍ଣ କର ଏ ପରାଣ ॥୧୦ ॥
    ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଅମର ଗ୍ରଂଥ ସତ୍ୟାର୍ଥ ପ୍ରକାଶ ର ଧାରାବାହିକ ପ୍ରବଚନ-
    ଭୂମିକା ଭାଗ-01 ରୁ 138 ruclips.net/user/pl....
    ପ୍ରଥମ ସମୁଲ୍ଲାସ- ruclips.net/user/pl....
    ~ Swami Sudhanand Saraswati
    Shrutinyasa, Odisha

Комментарии • 41

  • @sushreemohanty2745
    @sushreemohanty2745 2 года назад +2

    Namaste Swamiji Bahut sunder Bhajan

  • @e.ramachandrapatro3247
    @e.ramachandrapatro3247 3 дня назад +1

    Bahuta badhia

  • @gayatripatro2472
    @gayatripatro2472 Месяц назад +1

    ବହୁତ ସୁନ୍ଦର ପ୍ରାର୍ଥନା ଭଜନ ।
    ନମସ୍ତେ ସ୍ବାମୀଜୀ 🙏

  • @hadubandhugouda9019
    @hadubandhugouda9019 3 года назад +4

    Nameste Swami ji Aha Ati Bhaba Purna Bhajan

  • @rohitakumarsahu8784
    @rohitakumarsahu8784 Год назад +2

    ବହୁତ ସୁନ୍ଦର ବୈଦିକ ଭଜନ ଆଉ ବହୁତ ମଧୁର ସ୍ଵର ସାଦର ସପ୍ରେମ ନମସ୍ତେ ଜୀ

  • @GAVS104
    @GAVS104 Год назад +3

    ଶୁଭସକାଳର ଶୁଭୋଦୟ...

  • @evenswarpradhan6329
    @evenswarpradhan6329 Год назад +4

    ମୋ ଜୀବନରେ ବୈଦିକ ପରମ୍ପରା ବିନା ଅନ୍ୟ କୌଣସି ମାଧ୍ୟମର କୋୖଣସି ଭଜନ ଦରକାର ନାହିଁ

  • @evenswarpradhan6329
    @evenswarpradhan6329 Год назад +3

    ବୈଦିକ ଭଜନ ନୂଆ ନୂଆ ଗିତ ସେ ୟାରକରନୃ୍। ଧନ୍ୟବାଦ

  • @raghabasahu1922
    @raghabasahu1922 Год назад +2

    ସାଦର ନମସ୍ତେ ସ୍ୱାମୀଜୀ ମହାରାଜ ❤❤❤❤️🙏🙏🙏 ବହୁତ୍ ବହୁତ୍ ଧନ୍ୟବାଦ୍

  • @rameshdoraputia3040
    @rameshdoraputia3040 3 года назад

    Om

  • @surendrasethi7316
    @surendrasethi7316 2 года назад

    ନମସ୍ତେ ସ୍ୱାମୀଜୀ ।🙏

  • @anjalijani1799
    @anjalijani1799 3 года назад +2

    Namaste swamiji 🙏bahut sundar bhajan

  • @SaraswatiDhal-dh3np
    @SaraswatiDhal-dh3np 10 месяцев назад

    ଭକ୍ତିଭରା ପ୍ରଣାମ ସ୍ୱାମୀଜୀ ପ୍ରକାଶସ୍ଵରୁପ୍ ଦେବପ୍ରଙ୍ଗ୍ୟା ପ୍ରଭାକର ପ୍ରଜ୍ଞା ଦାନଏ ପ୍ରକାଶିତ କର ମୋଅନ୍ତର୍ ପୁଣ୍ୟ ପ୍ରଭାତ ରେପ୍ରଭୁହେ parmeswar ପ୍ରଣତି ଜଣାଏ ଶ୍ରଦ୍ଧାଭରେ ଯୋଡି କର ନମସ୍ତେ ସ୍ୱାମୀଜୀ କଣ୍ଠସିଲ୍ପିଙ୍କୁ ପ୍ରଣାମ ସର୍ବେ ଭଵନ୍ତୁ ସୁଖିନଃ

  • @ranjanaprusty2416
    @ranjanaprusty2416 3 года назад +3

    Namaste Swamiji ati sundar bhajana tie dhanyawad

  • @ranjanaprusty2416
    @ranjanaprusty2416 3 года назад +2

    Scenery Sabu ati sundar heuchhi bhajana ku bahuta badhiya match karuchi tq

  • @ranjankumarmohanty9131
    @ranjankumarmohanty9131 3 года назад

    ସାଦର ପ୍ରଣାମ ସ୍ୱାମୀଜୀ। ସମାଜକୁ ପରିବର୍ତ୍ତନ ପାଇଁ ଆପଣଙ୍କ ଉଦ୍ୟମ ଗୁରୁତ୍ୱ ପୂର୍ଣ୍ଣ ଅଟେ

    • @jayantakumarpanda2146
      @jayantakumarpanda2146 2 года назад

      ଓ୩ମ୍ ନମସ୍ତେ ସ୍ୱାମୀଜୀ 🙏🙏🙏🙏💐

  • @baijayantimalabrahma3711
    @baijayantimalabrahma3711 3 года назад

    Punya pravhatare parameswarnko
    gita Sinai thibaru pranam karuchhi

  • @SaraswatiDhal-dh3np
    @SaraswatiDhal-dh3np 10 месяцев назад

    ତଵ ସତା ସର୍ବ ଘଟେସଦାରଖି ଧ୍ୟାନ୍ ତୋଷୈବି ସକଳ ବହୁତଏ ମିତ୍ର ଆ ଚ୍ ରଣଏ ନମସ୍ତେ ସ୍ୱାମୀଜୀ ଏ ପ୍ରାର୍ଥନା ପ୍ରାଣ କୁ ଶାନ୍ତି କରିଦେଲା କଣ୍ଠସିଲ୍ପି ଙ୍କୁ ପ୍ରଣାମ ସର୍ବେ bhabntu ସୁଖିନଃ

  • @bhagabangouda756
    @bhagabangouda756 3 года назад

    🙏🏻🙏🏻🙏🏻

  • @shambhunathphysics6535
    @shambhunathphysics6535 3 года назад

    🙏

  • @ramakantasahoo8089
    @ramakantasahoo8089 Год назад

    ବହୁତ ସୁନ୍ଦର

  • @prasantkumardas6809
    @prasantkumardas6809 3 года назад

    ଓଁ ନମସ୍ତେ

  • @shishirkumarsahu6202
    @shishirkumarsahu6202 3 года назад +1

    ନମସ୍ତେ, ବହୁତ ବହୁତ ସୁନ୍ଦର ।

  • @drsubal82
    @drsubal82 Год назад

    ନମସ୍ତେ🙏🙏

  • @a.santoshkumarpatra8986
    @a.santoshkumarpatra8986 3 года назад +1

    ଵହୁତ ସୁନ୍ଦର

  • @ranjanaprusty2416
    @ranjanaprusty2416 2 года назад

    Punya prabhatare

  • @baijayantimalabrahma3711
    @baijayantimalabrahma3711 3 года назад

    Baijayanti ooom sadare namaste 🙏
    Samasta karmkarta brundanku
    Pratyak punya pravhatare punya Odia Gita pae odisa mati dhnya hoechhi

  • @bijayalaxmisahu5647
    @bijayalaxmisahu5647 2 года назад

    🙏 ନମସ୍ତେ ସ୍ଵାମୀଜୀ

  • @sukantadas3889
    @sukantadas3889 3 года назад

    Swami ji namaste

  • @rabindrasethy6252
    @rabindrasethy6252 3 года назад +1

    ପୂଜ୍ୟ ସ୍ବାମୀ ଜି ନମସ୍ତେ । ସୁନ୍ଦର ପ୍ରୟାସ ।

  • @user-tikulkumar
    @user-tikulkumar 3 года назад

    Manomugdhakara vajan

  • @sasmitapradhan4508
    @sasmitapradhan4508 3 года назад

    🙏🙏🙏💐💐💐💐💐🙏🙏🙏

  • @damodarbehera713
    @damodarbehera713 2 года назад

    🙏 Swamiji namastee 🙏

  • @evenswarpradhan6329
    @evenswarpradhan6329 2 года назад

    Nua nua aryasamajara Gita prachar Kari. Seyar karantu

  • @evenswarpradhan6329
    @evenswarpradhan6329 2 года назад

    Mobailre nua sresta Satya aryasamajar prachar karantu.

  • @ranjanaprusty2416
    @ranjanaprusty2416 3 года назад +1

    Mote ete bhala lauchi je mu bhajana bajai ghare dance karuchi bahuta bhala laguchhi

  • @rajkishorsahu7078
    @rajkishorsahu7078 3 года назад

    🙏🙏🙏

  • @evenswarpradhan6329
    @evenswarpradhan6329 2 года назад

    Anga darsanar jekanasi Bhajan mobailre prachar karantu nahi

  • @Techkishore11
    @Techkishore11 3 года назад

    Namaste ji 🙏🙏🙏