ସତ୍ୟ ନିତ୍ୟ ପଥେ ଆସ

Поделиться
HTML-код
  • Опубликовано: 18 сен 2024
  • ସତ୍ୟ-ନିତ୍ୟ ପଥେ ଆସ
    ଗୀତ - ସ୍ଵାମୀ ସୁଧାନନ୍ଦ ସରସ୍ବତୀ ।
    କଣ୍ଠ - ସୌରଭ ନାୟକ ।
    ସଙ୍ଗୀତ - ବୁଲୁ ମିଶ୍ର ।
    ସବୁ ନୈରଶ୍ୟ ଭିତରେ ସେ ହିଁ ଆଶାର ସୁନେଲି କିରଣ
    ସକଳ ଅନ୍ଧାର ଭିତରେ ସେ ପରା ଆଲୋକର ସତ୍ତା
    ଅସତ୍ୟ ମଧ୍ୟରେ, ସେ ହିଁ ସତ୍ୟର ପ୍ରକାଶ।
    ଆଉ ଅପୂର୍ଣ୍ଣତା ମଧ୍ୟରେ ସେ ହିଁ ପୂର୍ଣ୍ଣତାର ସଙ୍କେତ।
    କକ୍ଷଚ୍ୟୁତ ମଣିଷ ଓ ଯାତ୍ରା ବିମୁଢ଼ ଯାତ୍ରୀକୁ
    ସତ୍ୟ-ନିତ୍ୟ ପଥେ ଆସିବାର
    ଆମନ୍ତ୍ରଣ ଜଣାଇ ସେ କହି ଦିଅନ୍ତି
    ରେ ଅବୋଧ! ମିଥ୍ୟା ଓ ପାପର ପଥରୁ ତୁ ଫେରିଆ
    ଏଇଠାରେ ତୁ ପ୍ରାପ୍ତହେବୁ ପ୍ରଭୁ ପ୍ରେମର ସୁଧା,
    ଏଇଠାରେ ଶାନ୍ତି, ଏଇଠାରେ ମୋକ୍ଷ
    ଏଇଠାରେ ତୁ ପାଇବୁ ନିର୍ବାଣ”।
    ଆସ ଆସ ବେଗେ ଆସ ।
    ଅମୃତ-ସନ୍ତାନ ଅନୃତ ତେଜିଣ ସତ୍ୟ-ନିତ୍ୟ ପଥେ ଆସ
    ଅମର-ପଥର ପାନ୍ଥ ହାରି ଜ୍ଞାନ ହିତାହତ
    ଅଜ୍ଞାନେ ହୋଇ ମୋହିତ ଗରଳେ ମଣି ଅମୃତ
    ଭୁଲି ବେଦପଥ ବୁଲି ଇତସ୍ତତଃ ସତତ ଭୋଗୁଛ କ୍ଳେଶ
    ଥିଲା ପୂର୍ବ-ପୁଣ୍ୟକର୍ମ ଲଭିଲ ମାନବ ଜନ୍ମ
    ସପତ ଋଷିଙ୍କ ଧାମ ସୁଖ ମୋକ୍ଷର ସାଧନ।
    କୁମାର୍ଗେ ଗମନ କରିଣ, ବରଣ କର କିପାଁ ସର୍ବନାଶ?॥୨॥
    ମିଥ୍ୟା-ପଥ ଅନୁସରି କେତକାଳ ଏହିପରି
    ଦୁଃଖ-ଶୋକ ହେବଘାରି ଚିନ୍ତ ଚିତ୍ତ ସ୍ଥିର କରି।
    ଭ୍ରମ ପରିହରି, ଦୃଢ଼େ ସତ୍ୟ ଧରି ଜୀବନ କର ସରସ॥୩॥
    ନିତ୍ୟ ଏ ନିଗମ-ପଥ ଋଷି-ମନୀଷୀ ସେବିତ
    ଭୟ-ଭ୍ରାନ୍ତି-ବିରହିତଶାଶ୍ୱତ-ଶାନ୍ତି-ଶୋଭିତ ।
    ଆଶ୍ରୟେ ସତତ, ହୁଅଇ ପ୍ରାପତ ପ୍ରଭୁ-ପ୍ରେମ-ସୁଧା-ରସ॥୪॥

Комментарии • 15