ଫ୍ରେବୃଆରୀ 20 ରୁ 23 ପର୍ଯ୍ୟନ୍ତ ଜାତୀୟ କବାଡ଼ି ପ୍ରତିଯୋଗିତା-

Поделиться
HTML-код
  • Опубликовано: 8 фев 2025
  • ଫ୍ରେବୃଆରୀ 20 ରୁ 23 ପର୍ଯ୍ୟନ୍ତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜାତୀୟ କବାଡ଼ି ପ୍ରତିଯୋଗିତା-
    କଟକ: ଭାରତୀୟ କବାଡି ଫେଡ୍ରେଶନ ଅନୁମୋଦନ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ଆସନ୍ତା ଫ୍ରେବୃଆରି 20 ତାରିଖ ରୁ 23 ତାରିଖ ପର୍ଯ୍ୟନ୍ତ କଟକର ଇଣ୍ଡୋର ଷ୍ଟାଡ଼ିୟମ୍‌ ଠାରେ ୭୧ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତିଯୋଗିତା ପାଇଁ ଓଡ଼ିଶା କବାଡି ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତା ପାଇଁ ଏକ କୋଟି ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଓଡ଼ିଶା ସରକାର ଏବଂ ରୁଚି କମ୍ପାନୀ ର ମିଳିତ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତର 30 ଟି ରାଜ୍ୟରୁ 35 ଟି ଦଳରୁ 500 ରୁ ଉର୍ଦ୍ଧ୍ବ ଖେଳାଳି 100 ରୁ ଉର୍ଦ୍ଧ୍ବ ଅଫିସିଆଲ୍ ମାନେ ପ୍ରତିଯୋଗିତାରେ ଯୋଗଦେବେ। ଏମାନଙ୍କ ମଧ୍ୟରୁ ବହୁ ଜାତୀୟ ଅର୍ନ୍ତଜାତୀୟ ଖେଳାଳି ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କୋଚ ମାନେ ଉପସ୍ଥିତ ରହିବେ। ଗତ 2017 ମସିହାରେ ଓଡ଼ିଶା କବାଡି ଆସୋସିଏସନ୍ ସଫଳତାର ସହ 44 ତମ ଜାତୀୟ ଜୁନିଅର କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା। ଏହାକୁ ଦୃଷ୍ଟିରେ ରଖି କବାଡି ଫେଡ୍ରେସନ୍ ଚଳିତ ବର୍ଷ ଓଡ଼ିଶାକୁ 71ତମ ସିନିୟର୍ ଜାତୀୟ ପୁରୁଷ କବାଡି ଆୟୋଜନ ପାଇଁ ସୁଯୋଗ ଦେଇଛି। ତେଣୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତେ ର ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ ଆଜି ବାରବାଟି ଷ୍ଟାଡିୟମ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରାଯାଇଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରତିଯୋଗିତାର ଥିମ୍ ସଙ୍ଗ ଉନ୍ମୋଚିତ ହୋଇଥିଲା। ସଂଘର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧକ୍ଷ ରବିଶଙ୍କର ପ୍ରତିହାରୀ, ଉପସଭାପତି ପର୍ଥବୀର ଭୂୟାଁ, ସଂଘର ସମ୍ପାଦକ ଅଜୟ କୁମାର୍ ବେହେରା, ଉଲ୍ଲାସ ଚନ୍ଦ୍ର ବେଉରା, ଏବଂ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Комментарии •