ମୋ’ ଦିଅର ମନୋଜ

Поделиться
HTML-код
  • Опубликовано: 9 фев 2025
  • ବିଗତ ଶତାବ୍ଦୀର ଚତୁର୍ଥ ଦଶକରେ ମୁଁ ଯେତେବେଳେ ମନୋଜଙ୍କ ପରିବାରକୁ ବୋହୂ ହୋଇ ଆସିଲି, ସେତେବେଳେ ତାଙ୍କର ବୟସ ୯ କିମ୍ବା ୧୦ ବର୍ଷ | ମୋ’ ବୟସ ୧୪ ବର୍ଷ | ସେ ମୋର ଏକମାତ୍ର ଦିଅର; ମୁଁ ତାଙ୍କର ଏକମାତ୍ର ବଡ ଭାଉଜ (ବୌଦିଦି) | ମୋର ନିଜର ଭାଇ ନାହିଁ । ମନୋଜଙ୍କୁ ପ୍ରଥମେ ଦେଖି ମନ ଭିତରେ ମୋର ସାନଭାଇ ପ୍ରତି ସଂଚାରିତ ସ୍ନେହ ଅନୁଭବ କରିଥିଲି । ୯ ବର୍ଷର ଏହି ଚପଳ ଚଞ୍ଚଳ ବୁଦ୍ଧିଦୀପ୍ତ ବାଳକ ସଦା ଚଞ୍ଚଳ; କାର୍ଯ୍ୟକଳାପରେ ଅନ୍ୟକୁ ଚକିତ କରିବାର ପ୍ରୟାସ ସବୁବେଳେ ଜାରି ରଖିଥାଏ । କେତେବେଳେ ଫଳଭାରାକ୍ରାନ୍ତ ଜାମରୁଳ ଗଛ ଉପରେ ଆକ୍ରମଣ ତ, କେତେବେଳେ ଅନ୍ୟ କେଉଁ ବୃକ୍ଷଡାଳରେ ବସି ସୁମଧୁର ବଂଶୀବାଦନ; କେତେବେଳେ ପୁଣି ହାମୋନିଓମ୍ ବଜାଇ ସଂଗୀତ ଗାନ ତ, କେତେବେଳେ ଦିଆସିଲି କାଠି ସମୂହର ସହାୟତାରେ ମ୍ୟାଜିକ୍ ଦେଖାଇ ଅନ୍ୟକୁ ଚମତ୍କୃତ କରିବା ୤ ଏ ସମସ୍ତ କଳାକୌଶଳର ପ୍ରଥମ ଦର୍ଶକ ବା ଶ୍ରୋତା ଥିଲି ମୁଁ ୤ ବୟସର ନିକଟବର୍ତ୍ତିତା ତଥା ପରିବାରର ସ୍ଵାଧୀନ ବାତାବରଣରେ ମୁଁ ହୋଇଯାଇଥିଲି ତାଙ୍କର ଭାଉଜରୂପୀ ସହଯୋଗୀ ୤ ଗାଁ ବାଡି-ବଗିଚାର ଜାମରୁଳ, ଲିଚୁ, ସପେଟା, ଜାମୁକୋଳି, ବରକୋଳି ଇତ୍ୟାଦି ସମଗ୍ର ଫଳଗଛର ସାମ୍ରାଜ୍ୟ ଉପରେ ତାଙ୍କର ଅଖଣ୍ଡ ଆଧିପତ୍ୟ ଓ ଉତ୍ପାତ । ବଗିଚାର ବଛା ବଛା ୨୬ଟି ପିଜୁଳି ଗଛକୁ ସେ ସେତେବେଳର ଓଡ଼ିଶା ପ୍ରଦେଶର ୨୬ଟି ଗଡଜାତ ନାମରେ ନାମିତ କରିଥାନ୍ତି ୤ ସବୁଠାରୁ ବଡ ଝଙ୍କାଳିଆ ପିଜୁଳି ଗଛଟିର ନାମ ଦେଇଥାନ୍ତି ‘ମୟୂରଭଞ୍ଜ’ । ତାହା ବୋଧହୁଏ ମୋ’ ସମ୍ମାନାର୍ଥେ ୤ କାରଣ ମୁଁ ଥିଲି ମୟୁରଭଞ୍ଜର ଝିଅ ୤ ତୁଳସୀ ଦୁଇପତ୍ରରୁ ବାସିଲା ଭଳି ବାଲ୍ୟ ଚପଳ କୌତୁକ ଭିତରେ ବି ବାଳକ ବୟସରୁ ତାଙ୍କଠାରେ ଗୁରୁଜନ ପ୍ରତି ସମ୍ମାନବୋଧ ଟିକେହେଲେ ଜଣା ନଥିଲା ୤ ଅତୀତର ସ୍ମୃତିଚାରଣରେ ମନୋଜଙ୍କର ଏସବୁ ପିଲାକାଳ କଥା ଆଜି ମୋର ମନେ ପଡୁଛି ୤ ଛାତ ଉପରେ ବସି ହାରମୋନିଓମ୍ ବଜାଇ ସ୍ଵରଚିତ ଗୀତରେ ସେ ସ୍ଵର ସଂଯୋଜନା କରୁଥିଲେ ୤ ମୁଁ ବସି ଶୁଣୁଥିଲି ୤
    x....x
    ଏହାପରେ ସେ ଆସିଲେ ବାଲେଶ୍ବର ଜିଲ୍ଲାସ୍କୁଲରେ ପଢିବାକୁ ତାଙ୍କ ଭାଇ ଫକୀରମୋହନ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେବାପରେ ୤ ବାଲେଶ୍ୱରରେ ଆମେ ଫକୀରମୋହନ ସେନାପତିଙ୍କ କୋଠାର ସୁରକ୍ଷିତ ଅଂଶଟି ଭଡାନେଇ ରହିଲୁଁ ୤ ଡାହାଣ ପଟେ ସେ କୋଠାର ସ୍ତୁପୀକୃତ ଭଗ୍ନାବଶେଷ ୤ ପଛପଟେ ‘ଶାନ୍ତି କାନନ’ର ଶାନ୍ତ ପରିବେଶ । ସେହିଠାରେ ପ୍ରକାଶ ପାଇଲା ନବମ-ଦଶମ ଶ୍ରେଣୀର ଛାତ୍ର ମନୋଜ ଦାସଙ୍କର ପ୍ରଥମ ସାହିତ୍ୟ ସାଧନାର କୃତି ପୁସ୍ତକ ଦୁଇଟି ୤ ‘ଶତାବ୍ଦୀର ଆର୍ତ୍ତନାଦ’ ଏବଂ ‘ବିପ୍ଳବୀ ଫକୀରମୋହନ’ । ବାଲ୍ୟସୁଲଭ ଅନେକ ପ୍ରତିଭାର ସମାହାର ଭିତରୁ ଗାୟକ, ବାଦକ କିମ୍ବା ଯାଦୁକରର ସମ୍ଭାବନାକୁ ଏଡାଇ ସେ ଆଗେଇ ଚାଲିଲେ ସାହିତ୍ୟର ସୃଜନୀ ପଥରେ । ଏହାପରର ମନୋଜ ଦାସଙ୍କୁ ସମସ୍ତେ ଜାଣନ୍ତି ।
    x....x
    ମନୋଜ ପଣ୍ଡିଚେରୀ ଚାଲିଗଲେ ଶ୍ରୀ ଅରବିନ୍ଦ ଶ୍ରୀମା’ଙ୍କ ଆଧ୍ୟାତ୍ମିକ ପରିଧିକୁ, ଓଡ଼ିଶାର କର୍ମକ୍ଷେତ୍ର ଓ ଆମ ପରିବାରକୁ ଦୂରରେ ରଖିଦେଇ କିନ୍ତୁ ଛାଡିଦେଇ ନୁହେଁ ୤ ଦୂରରେ ଥାଇ ମଧ୍ୟ ସେ ଆମ ନିକଟରେ ଥିବା ପରି ଅଛନ୍ତି ୤ ପ୍ରତିବର୍ଷ ଏକାଧିକ ଥର ବିଭିନ୍ନ ସଭା ଓ ଅନୁଷ୍ଠାନର ନିମନ୍ତ୍ରଣରେ ମନୋଜ ଓଡ଼ିଶା ଆସନ୍ତି ୤ ଆସନ୍ତି ଆମ ନିଜ ଘରକୁ ୤ ଓଡ଼ିଶା ପ୍ରତି ତାଙ୍କର ଆକର୍ଷଣ, ବାଲେଶ୍ଵରର ସୁଦୂର ଉପକୂଳବର୍ତ୍ତୀ ଗାଁ ଜନ୍ମମାଟି ପ୍ରତି ତାଙ୍କର ମମତା ଅତୁଟ । ଆମ ପରିବାର ପ୍ରତି, ଆତ୍ମୀୟସ୍ବଜନ ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ସମ୍ମାନ ଓ କର୍ତ୍ତବ୍ୟବୋଧ ସବୁବେଳେ ଆମେ ଅନୁଭବ କରୁଛୁଁ । ଆଜି ବି ସେ ଭୁବନେଶ୍ୱର ଆସିଲେ ଆମ ବାଡ଼ିର ପିଜୁଳିଟିଏ କି ଆତଟିଏ ମୁଁ ବଢାଇଦେଲେ ସେ ସେହି ପିଲାଦିନ ପରି ଉଚ୍ଛ୍ବସିତ ଆନନ୍ଦ ଓ ଆଗ୍ରହରେ ଧରି ନିଅନ୍ତି ।
    x......x
    “ମୋ’ ଦିଅର ମନୋଜ” ଶ୍ରୀମତୀ ରାଜଶ୍ରୀ ଦାସ- ସୌଜନ୍ୟ :“ମନୋଜାୟନ”

Комментарии • 13

  • @astakleshmohapatra8148
    @astakleshmohapatra8148 3 года назад

    Thank you Sir 🙏🙏

  • @sachitradas6257
    @sachitradas6257 Месяц назад

    🙏🙏

  • @asitrout7659
    @asitrout7659 3 года назад

    😭😭🙏🙏🙏

  • @alekhtripathy6507
    @alekhtripathy6507 3 года назад +1

    🙏🙏🙏🙏🙏🙏🙏

  • @bsrupa3396
    @bsrupa3396 6 лет назад +2

    Did not read this any where before. Thank you so much sir.

  • @basantipattnaik2032
    @basantipattnaik2032 3 года назад +1

    ମନୋଜ ଦାସ ସାହିତ୍ୟ କୁ ପାଖରେ ବୁଝିଥିଲେ।

  • @premanandapradhan3573
    @premanandapradhan3573 6 лет назад +1

    Sir apanku koti koti namaskar e bhali jane mahapurusankara jibani ku apana RUclips channel madhyamare prachara karuthibaru

    • @worldofmanojdas
      @worldofmanojdas  6 лет назад +1

      ନମସ୍କାର ଆଜ୍ଞା ୤ ମୁ ପ୍ରଚାର କରୁନାହିଁ, ତାଙ୍କ ସୃଷ୍ଟି ଓ ତାଙ୍କ ଜୀବନ ଉପରେ ଭିନ୍ନ ଭିନ୍ନ କଥାସବୁ ସଂରକ୍ଷିତ କରିବା ପାଇଁ ଏକ ପାଠକ ଭାବେ ଚେଷ୍ଟା କରୁଛି ୤ ସେହି ଚେଷ୍ଟାର ଭିନ୍ନ ଭିନ୍ନ ଉପାୟ ମଧ୍ୟରୁ ଏହା ଗୋଟିଏ ୤ ମନୋଜ ଦାସ “ପ୍ରଚାର”ରୁ ଉର୍ଦ୍ଧରେ ୤ ଧନ୍ୟବାଦ ୤

  • @premanandapradhan3573
    @premanandapradhan3573 6 лет назад +1

    Dirgha dinara apekha pare aji Monaj Das nku dekhibara sujog paili tanka nija janma bhumi sankjari re.mote laguchi aji bhagaban nka ku dekhi mo manare thiba samasta glani dura hoijaichi

  • @uudeepak
    @uudeepak 5 лет назад +2

    bou di. ebe sure heli je manoj das is bengali born in odisha.

    • @worldofmanojdas
      @worldofmanojdas  5 лет назад +1

      Please refer to the "Life" section of the website www.worldofmanojdas.in for details.

    • @uudeepak
      @uudeepak 5 лет назад

      @@worldofmanojdas no more info required. Everything availlable at your channel. Earlier i knew that Manmath nath daa is his brother. Now i knew about his other members. But his family background has least importance for the readers. I was specifically intersted to know.why u are not clarifying what i told that he is a bengali born in Odisha like Netaji. If u kniw u could have answer here directly. Instead why u r refering some other.

    • @worldofmanojdas
      @worldofmanojdas  5 лет назад +2

      @@uudeepak Sir, the specific answer is, he is not at all a BENGALI born in Odisha. He is an ODIA born in Northen Balasore where some Bengali words are told by Odia people.
      I have given the links so that you can know the background of his life beginning from his early age to the days in Pondicherry comprehensively.
      Thanks.