ଶହେ ବର୍ଷରେ ଓଡ଼ିଶାର ସାବରମତୀ

Поделиться
HTML-код
  • Опубликовано: 15 окт 2024
  • Why is Alaka Ashram so important for us?
    ଅଳକା ଆଶ୍ରମକୁ ଓଡିଶାରେ ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡିଶାଳ କୁହାଯାଉଥିଲା କାରଣ ଏହା ଓଡିଶାର ପ୍ରଥମ ଅନୁଷ୍ଠାନ ଯାହା ଅହିଂସା ଏବଂ ଗାନ୍ଧୀ ନୀତି ମାଧ୍ୟମରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ତାଲିମ ଦେଉଥିଲା। ଓଡିଶାର ସମସ୍ତ ମହାନ ସ୍ଵାଧୀନତା ସଂଗ୍ରାମୀମାନେ ଏହି ପବିତ୍ର ଅନୁଷ୍ଠାନରୁ ତାଙ୍କର ମହାଯାତ୍ରା ଆରମ୍ଭ କରିଥିଲେ।
    ସାବରମତି ଢାଞ୍ଚାରେ ଏହାର ପରିସରରେ ସ୍ଥାପିତ ହୋଇଥିବା ଜାତୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସ୍ଵାଧୀନଚେତା ଦେଶପ୍ରେମୀମାନଙ୍କର ମାର୍ଗଦର୍ଶକ ଥିଲା| ମହାତ୍ମା ଗାନ୍ଧୀଙ୍କ ଡାକରାରେ ନିଜନିଜ କର୍ମ ସଂସ୍ଥାନ ଛାଡି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବା ଦେଶଭକ୍ତମାନଙ୍କ ପାଇଁ ଏହା ପ୍ରାଥମିକ କର୍ମଭୂମି ଥିଲା।
    ୧୯୩୨ ମସିହା ମେ ମାସରେ ବ୍ରିଟିଶ ସରକାର ଏହାକୁ ପୋଡି ଦେବାପରେ ଏହି ଐତିହାସିକ ଅନୁଷ୍ଠାନର ପୁନରୁଦ୍ଧାର କାର୍ଯ୍ୟ ବିଗତ ବର୍ଷ ମାନଙ୍କରେ ହୋଇନଥିବାରୁ ଏହାର ସ୍ମାରକୀ ନିର୍ମାଣ କରିବା ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ||
    ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ସାରା ଦେଶ ସ୍ବାଧୀନତା ସଂଗ୍ରାମର ପଞ୍ଚସ୍ତରୀତମ ବର୍ଷ ମହା ସମାରୋହରେ ପାଳନ କରୁଛି ଓ ଏହି ବର୍ଷ ଅଳକା ଆଶ୍ରମର ଶତବାର୍ଷିକୀ ସାଧାରଣ ଜନତାଙ୍କ ଦ୍ବାରା ପାଳନ କରାଯାଉଛି| ଏହି ଶତବାର୍ଷିକୀ ସମାରୋହକୁ ଆଞ୍ଚଳିକ ଓ ଜାତୀୟ ସ୍ତରରେ ମହାସମାରୋହରେ ପାଳନ କଲେ ଅଳକା ଆଶ୍ରମ ସହିତ ଜଡ଼ିତ ଥିବା ହଜାର ହଜାର ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଏହା ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି|
    🙏
    voice .... Madhusmita ojha
    script. . Debendra Natha Rout

Комментарии • 1