ସପ୍ତସତୀ ଚଣ୍ଡୀପାଠ Sapta Sati Chandi Patha I Sidharth TV

Поделиться
HTML-код
  • Опубликовано: 8 окт 2024
  • ଶକ୍ତି ଉପାସନା ହିନ୍ଦୁ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।ଜଣେ ଆସ୍ତିକ ହିନ୍ଦୁ ବଡ ଶ୍ରଦ୍ଧା ସହକାରେ ସପ୍ତଶତୀ ଚଣ୍ଡୀ ପାଠ କରିଥାଏ କାରଣ ତାର ବିଶ୍ୱାସ ଯେ ସପ୍ତସତୀ ପାଠରେ ପ୍ରତ୍ୟକ୍ଷ ଫଳ ପ୍ରାପ୍ତ ହୁଏ । ଅଭୀଷ୍ଟ ତଥା କାମନା ପୂର୍ତ୍ତି ପାଇଁ ପ୍ରାୟ ଏହି ଚଣ୍ଡୀପାଠ କରାଯିବା ଆମ ଜନମାନସରେ ଅନେକଦିନରୁ ଦେଖିବାକୁ ମିଳୁଛି। କିଛି ଲୋକ କହନ୍ତି- ‘କଳୌ ଚଣ୍ଡି ବିନାୟକୌ’ ଅଥବା ‘କଳୌ ଚଣ୍ଡିମହେଶ୍ୱରୌ’ । ଏଥିରୁ ଅନୁମେୟ ହୁଏ କି କଳିଯୁଗରେ ଚଣ୍ଡୀର ବିଶେଷ ମହତ୍ତ୍ବ ରହିଛି ।
    ସପ୍ତଶତୀ ଦୁର୍ଗା ସାତଶହ ଶ୍ଳୋକ ବିଶିଷ୍ଟ ଏବଂ ଏହା ତିନିଭାଗରେ ଅଥବା ଚରିତରେ ବିଭକ୍ତ ହୋଇଛି । ପ୍ରଥମ ଚରିତରେ ବ୍ରହ୍ମା ଯୋଗନିଦ୍ରାଙ୍କର ସ୍ତୁତି କରି ବିଷ୍ଣୁଙ୍କୁ ଜାଗ୍ରତ କରିଥିଲେ। ଏହିଭଳି ଜାଗ୍ରତ ହେବାଦ୍ୱାରା ମଧୁ-କୈଟଭର ନାଶ ହୋଇଥିଲା । ଦ୍ୱିତୀୟ ଚରିତରେ ମହିଷାସୁର-ବଧ ନିମିତ୍ତ ସମସ୍ତ ଦେବଗଣଙ୍କର ଶକ୍ତି ଏକତ୍ର ହୋଇ, ସେହି ଶକ୍ତି ଦ୍ୱାରା ମହିଷାସୁରର ବଧ ହୋଇଥଲା । ତୃତୀୟ ଚରିତରେ ଶୁମ୍ଭ-ନିଶୁମ୍ଭ ବଧ ନିମିତ୍ତ ଦେବଗଣ ପ୍ରାର୍ଥନା କଲେ, ସେତେବେଳେ ପାର୍ବତୀଙ୍କ ଶରୀରର ପ୍ରାଦୁର୍ଭାବ ହେଲା ଆଉ କ୍ରମଶଃ ଧୂମ୍ରଲୋଚନ, ଚଣ୍ଡ-ମୁଣ୍ଡ ଏବଂ ରକ୍ତବୀଜର ବଧ ହୋଇ ଶୁମ୍ଭ-ନିଶୁମ୍ଭର ସଂହାର ହେଲା ।
    ଏହି କଥନୀକାକୁ ଯଦି ଧ୍ୟାନପୂର୍ବକ ପାଠକରାଯାଏ ତେବେ କେତେକ ମହତ୍ତ୍ବପୂର୍ଣ୍ଣ କଥା ଅବଗତ ହୋଇପାରିବା।

Комментарии • 310