କାବ୍ୟାୟନ -2023 ଏନ. ଶିବଶଙ୍କରଙ୍କ ମୁହଁରୁ କବିତା

Поделиться
HTML-код
  • Опубликовано: 10 окт 2024
  • #kandhamal
    #daringbadi
    #poetry
    କାବ୍ୟାୟନ -୨୦୨୩
    କବିତା ପାଠ ସହ ଆଲୋଚନା ଏବଂ ସମ୍ବର୍ଦ୍ଧନା ଉତ୍ସବ
    ---------------------------------------------------------
    ଦାରିଙ୍ଗବାଡି, ୧୯/୧୧(ଅରୁଣ ସାହୁ)-କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହ ପରିସର ମଧ୍ୟରେ ରବିବାର କାବ୍ୟାୟନ -୨୦୨୩ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଉପସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଉଦଘାଟକ ଅତିଥି ଭାବେ ଗଞ୍ଜାମ ସାହିତ୍ୟ ଘରର ସମ୍ପାଦକ ଭାଗିରଥି ବେହେରା ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶାଳବଣ ସାହିତ୍ୟ ସଂସଦ ର ସଭାପତି ମଧୁସୁଦନ ମହାପାତ୍ର, ଅନ୍ୟତମ ଅତିଥି ଭାବେ ବନାନୀ ସାହିତ୍ୟ ପରିଷଦର ସଭାପତି ପତିତପାବନ ରାଉତ, ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ରମେଶ ଚନ୍ଦ୍ର ସାହୁ, ବିଶିଷ୍ଠ କବି କପିଳ ଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ | କାର୍ଯ୍ୟକ୍ରମରେ ବିଶିଷ୍ଠ କବି ତଥା ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ସହସମ୍ପାଦକ ତଥା କୈଳାଶ ଧଳ ମଞ୍ଚ ପରିଚାଳନା କରିଥିଲେ |ସେହିପରି ଅତିଥି ପରିଚୟ ଓ ସମ୍ବର୍ଦ୍ଧନା ପର୍ବରେ ସହଯୋଗ କରିଥିଲେ ବନାନୀ ସାହିତ୍ୟ ପରିଷଦର ସମ୍ପାଦକ ବିଦେଶୀ ନାୟକ ସେହିପରି ଜିଲ୍ଲା ସାହିତ୍ୟ ସାମ୍ମୁଖ୍ୟର ସମ୍ପାଦକ ବନ ବିହାରୀ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଏହି ଅବସରରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଯୋଗଦେଇ କବିତା ପାଠ କରିଥିଲେ ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ପୁରୀ, କଟକ, ବ୍ରହ୍ମପୁର, ଗଜପତି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଆଦି ଜିଲ୍ଲା ର ବିଶିଷ୍ଠ କବୟତ୍ରୀ କବି ମାନେ ଯୋଗଦେଇ କବିତା ପାଠ କରିବା ସହ ସାହିତ୍ୟ ଆଲୋଚନା କରିଥିଲେ | ଏଥିରେ ବିଶିଷ୍ଠ କବୟତ୍ରୀ ଓ କବି ଏବଂ ସମସ୍ତ କବିତା ପାଠ କରିଥିବା କବୟତ୍ରୀ ଓ କବିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | | କବିତା ପାଠ ରେ କବୟତ୍ରୀ ଫିରିଙ୍ଗିଆ ମହାବିଦ୍ୟାଳୟର ଅଧ୍ୟାପିକା ହରପ୍ରିୟା ମିଶ୍ର, ଗଞ୍ଜାମ ଜିଲ୍ଲା ର ଜୋସ୍ନା କୁମାରି ପ୍ରଧାନ ଏବଂ ବୌଦ୍ଧ ଜିଲ୍ଲାର କବୟତ୍ରୀ ଜ୍ୟୋତିର୍ମୟୀ କଂହର ପ୍ରମୁଖ ସଂଯୋଜନା କରିଥିଲେ |କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ସଂଗଠକ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | କାର୍ଯ୍ୟକ୍ରମକୁ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଏବଂ ବନାନୀ ସାହିତ୍ୟ ପରିଷଦ ର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି ଅବସରରେ କବୟତ୍ରୀ ଜ୍ୟୋସ୍ନା ରାଣୀ ଦେବି ଙ୍କ କଲମରୁ "ଅବ୍ୟକ୍ତ ଶିଳାଲିପି" ପୁସ୍ତକ ଉନ୍ମୋଚନ କରାଯାଇଥିଲା

Комментарии • 3

  • @sibashankarreddy
    @sibashankarreddy 10 месяцев назад +1

    ଧନ୍ୟବାଦ୍ ସାର୍ 🙏

  • @sasmitasethy6274
    @sasmitasethy6274 10 месяцев назад

    ପ୍ରତିଭା ଜାରି ରହୁ ଶିବଶଙ୍କର ଭଗବାନ ତୁମ ଅଭିଳାଷ ନିଶ୍ଚୟ ପୂରଣ କରିବେ ।