ଦଲିଆ କ୍ଷୀରି (Dalia Kheer)

Поделиться
HTML-код
  • Опубликовано: 5 фев 2025
  • ଆବଶ୍ୟକୀୟ ସାମଗ୍ରୀ-
    ଦଲିଆ - ୨ କପ୍
    ଚିନି - ଦେଢ଼ କପ୍
    କ୍ଷୀର - ୪ କପ୍
    କାଜୁ - ୮/୧୦ ଟି
    ଆଲ୍ମଣ୍ଡ - ୪/୫ ଟି
    କିସମିସ - ୪/୫ ଟି
    ତେଜ ପତ୍ର - ୨ଟି
    ଗୁଜୁରାତି -୪ ଟି
    ରିଫାଇନ ତେଲ / ଘିଅ - ଅଳ୍ପ କିଛି
    ପ୍ରଣାଳୀ -
    ପ୍ରଥମେ ଦଲିଆ, ଅଳ୍ପ କାଜୁ ଏବଂ ଅଲ୍ମଣ୍ଡ କୁ ପାଣିରେ ୫ ମିନିଟ ପାଇଁ ପାଣିରେ ବତୁରାଇ ଦିଅନ୍ତୁ। ବତୁରିବା ପରେ ପାଣିରୁ ଛାଣି ବାଟି ଦିଅନ୍ତୁ।
    ଗରମ କରେଇ ରେ ଅଳ୍ପ ଘିଅ / ତେଲ ଗରମ କରନ୍ତୁ।
    ସେଥିରେ ବଳକା କାଜୁ ଏବଂ କିସମିସ କୁ ଭାଜି କାଢି ଦିଅନ୍ତୁ।
    ସେହି ତେଲରେ ୧ ଚାମଚ ଚିନି ଲାଲ ରଙ୍ଗ ହେବା ପର୍ଯ୍ୟନ୍ତ ଗରମ କରନ୍ତୁ।
    ବଟା ହେଇ ଥିବା ଦଲିଆ ସେହି ଗରମ ତେଲରେ ପକେଇ କିଛି ସମୟ ଘାଣ୍ଟନ୍ତୁ।
    ସେଥିରେ କ୍ଷୀର ପକେଇ ଘାଣ୍ଟନ୍ତୁ।
    ୨ କପ୍ ପାଣି ଦିଅନ୍ତୁ।
    ଚିନି, ଗୁଜୁରାତି, ତେଜପତ୍ର, ଭଜା ହେଇଥିବା କାଜୁ ଏବଂ କିସମିସ କୁ ପକାନ୍ତୁ।
    ୫ ମିନିଟ କମ୍ ଆଞ୍ଚ ରେ ଫୁଟିବାକୁ ଛାଡ଼ି ଦିଅନ୍ତୁ।
    ଶେଷରେ ୧ ଚାମଚ ମିଳ୍କ ମେଡ ପକେଇ କାଢି ଦିଅନ୍ତୁ।
    ପ୍ରସ୍ତୁତ ହେଇଗଲା ଦଲିଆ କ୍ଷୀରି।

Комментарии • 2