NUAPADA KHATAMITHA

Поделиться
HTML-код
  • Опубликовано: 20 сен 2024
  • ନୂଆପଡା ଜ଼ୀଲ୍ଲା କୋମନା ବ୍ଲକ ନୂଆଗାଁ ର ଯୁକ୍ତ ଦୁଇ ଛାତ୍ରୀ ପଦ୍ମିନୀ ରଣା ବୟସ 20 । ପଦ୍ମିନୀ ମାଆ କୋଳରେ ଜନ୍ମ ହେବା ପରେ ବାପା ଘନଶ୍ୟଆମ ରଣା ଅଜଣା ରୋଗରେ ପୀଡିତ ହୋଇ ଚିକିତ୍ସା ଅଭାବ କାରଣରୁ ଆରପାରିକୁ ଚାଲିଗଲେ । ସେହିଦିନଠାରୁ କଅଁଳା ପଦ୍ମିନୀ କୁ ଦୁଃଖ କଷ୍ଟରେ ପାଳନ ପୋଷଣ କରି ଆଜି 20 ବର୍ଷରେ ପହଞ୍ଚାଇଛ ମାଆ କୌଶଲ୍ୟା ରଣା । ଏବେ କୌଶଲ୍ୟା ପରିଣତ ବୟସରେ କାମ ଧନ୍ଦା କରିନପାରି ଘରେ ବନ୍ଧା । ଏଭଳି ସ୍ଥିତିରେ ଯୁକ୍ତ ଦୁଇ ଛାତ୍ରୀ ପଦ୍ମିନୀ ଦିନବେଳା ରାଜମିସ୍ତ୍ରୀ କାମ କରି ମାଆ ଏବଂ ତାର ନିଜ ପେଟ ପାଇଁ ଆହାର ଯୋଗାଡ଼ କରୁଛି । ରାତ୍ରି ରେ ପାଠ ପଢୁଛି । ପୁରୁଷ ପ୍ରାଧାନ୍ୟ ସମାଜରେ ପଦ୍ମିନୀ ରଣା ମନକୁ ଦୃଢ କରି ଘରୁ ପାଦ କାଢି ରାଜ ମିସ୍ତ୍ରୀ କାମ କରି ପରିବାର ଚଳାଉଛି । ପଦ୍ମିନୀ ସାଜିଛି ଘର ମୁଖିଆ । ନୂଆପଡା ଜ଼ୀଲ୍ଲା ରେ ଏବେ ପଦ୍ମିନୀ ବେଶ ଚର୍ଚ୍ଚାରେ । ପଦ୍ମିନୀର ଏଭଳି କାମ ସମାଜର ଯୁବତୀ ମାନଙ୍କ ପାଇଁ ଉଦାହରଣ ପାଳଟିଛି । ପଦ୍ମିନୀ କୁ ନେଇ ଆମ ନୂଆପଡା ଖଟାମିଠା ର ଏଏକ ସ୍ୱତନ୍ତ୍ର ଏପିଷୋଡ଼.....!

Комментарии • 63