Watch, Terror Of Elephant In Kendujhar, Broke A Bike | NandighoshaTV
HTML-код
- Опубликовано: 24 ноя 2024
- #Elephant #kendujhar #nandighoshatv
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ହାତୀ ର ବିଳାପ
**************
କିଏ କହେ ମୋତେ ଗଣେଶଙ୍କ ରୂପ
କହେ ଲକ୍ଷ୍ମୀଙ୍କ ବାହନ ।
ଗଜବେଶ ପ୍ରଭୁ ଜଗନ୍ନାଥ ପୁଣି
କରିଛନ୍ତି ଯେ ଧାରଣ।।
ଚାହେଁ ନାହିଁ ମୁଁହି ଦେବଙ୍କ ଆସନ
ଚାହେଁ ନା ମୁଁ ପୂଜା ଧୂପ ।
ପଶୁ ଟିହେ ମୁଁହି ଦୁଃଖ ବୁଝ କେହି
କରିଛି ମୁଁ କେଉଁ ପାପ ।।
ହେ! ମଣିଷ ତୁମେ ରହିବ ବୋଲି
ଶୂନ୍ୟ ହେଲା ମୋର ବାସ ।
ବାସ ହୀନ ମୁଁହି ରହିବି କେଉଁଠି
ଥରେ ଦିଅ ଉପଦେଶ ।।
ଏ ଘଞ୍ଚ ବନାନୀ ଅଟେ ମୋର ଘର
କରିଦେଲ ଛାର ଖାର ।
ବଡ଼ ବଡ଼ କୋଠା କାରଖାନା କରି
ହୋଇଗଲ ସ୍ବାର୍ଥ ପର ।।
ମୋ ଘର କୁ ଭାଙ୍ଗି କରିଅଛ ତୁମେ
ତୁମ ପାଇଁ ବାସସ୍ଥାନ ।
କହୁଅଛ ପୁଣି ମୁଁ କାଳେ ଧସେଇ
କ୍ଷତି କରେ ଧନ ଜନ ।।
ପାଟି ଅଛି ହେଲେ କହିପାରୁନାହିଁ
ମୋ ଦୁଃଖ କେ ବୁଝୁ ଅଛି ।
ସବୁ ଯାତନା କୁ ହୃଦୟରେ ଚାପି
ମୁଁ ହାତୀ ଟିଏ କାନ୍ଦୁଅଛି ।।୧।।
କିଏ ମାରେ ମୋତେ ଧନୁତୀର ପୁଣି
କରେଣ୍ଟ ଦେଉଛି କିଏ ।
ଖାଦ୍ୟ ରେ କେହି ବମ୍ ଦିଏ ପୁଣି
କିଏ ମତେ ବିଷ ଦିଏ ।।
ଦାନ୍ତ ଦୁଇ କୁ ମୋର ମୂଲ୍ୟବାନ କହି
ନିତି ମୋ ଶିକାର ହୁଏ ।
ସରକାରଙ୍କର ଏତେ ଆଇନ୍ ଭିତରେ ବି
ନିତି ମୁଁ ଯେ ମରୁ ଥାଏ ।।
ହେ! ମଣିଷ ତୁମେ ଶ୍ରେଷ୍ଠ ସନ୍ତାନ
ଈଶ୍ୱର ଙ୍କ ଦରବାରେ ।
ବିବେକ ବୁଦ୍ଧି ତ ଈଶ୍ୱର ଦେଇଛି
ଭାବ ତୁମେ ଖାଲି ଥରେ।।
ମୋ ପାଇଁ କରେଣ୍ଟ ବିଛାଇବା ବେଳେ
ହାତ କି ତୁମର ଥରେଇନି ।
ଖାଇବାକୁ ବିଷ ବମ୍ ଦେଲାବେଳେ
ବିବେକ କି ବାଧା ଦିଏନି ।।
ଯନ୍ତ୍ରଣା କି ବୁଝ ତୁମେ ସ୍ବାର୍ଥ ପର
ସେ କଥା ମୁଁ ଭୁଲି ଯାଇଛି।
ମୋ ଆଖି ଆଗରେ ମୋ ବଂଶ ନିପାତ
ମୁଁ ହାତୀ ଟିଏ ଦେଖି କାନ୍ଦୁଛି ।।୨।।
ମନ୍ଦିରେ ପୂଜୁଛ ସୁନା ହାତୀ ତୁମେ
ନାନା ଦ୍ରବ୍ୟ ଭୋଗ ଦେଇ ।
ମୁଁ ଭୋକେ ବିକଳ ହେଉ ଅଛି ହେଲେ
ତୁମେ ଦେଖି ପାର ନାହିଁ ।।
ମୋ ଘରେ ତୁମେ ଧସେଇ ପଶକି
ତୁମ ଘରେ ପଶେ ମୁହିଁ ।
ମୋ ଧନ ଆହାର ତୁମେ ନେଇଛ କି
ତୁମର ନେଇଛି ମୁହିଁ ।।
ପାରିବ ଯଦି ଭାବିଚିନ୍ତି ଦିଅ ମୋ
ପ୍ରଶ୍ନର ତୁମେ ଉତ୍ତର । ।
ନିତି ମିଛେ କାଇଁ ନିନ୍ଦା ଅପବାଦ
କରୁଥାଅ ତୁମେ ମୋହର ।।
ଜଙ୍ଗଲରୁ ଡାଳ ଫଳ ମୂଳ ଖାଇ
ଜିଉଁଥିଲି ମୋ ଜୀବନ ।
ଜଙ୍ଗଲ କାଟି ତୁମେ ନେଇ ଗଲ
କୁହ ମୁଁ ଖାଇବି କଣ ।।
ତୁମ ଧନ ଜନ ଫସଲ କିଆରୀ
ଲୋଭ ଟିକେ ନାହିଁ ମୋର ।
ତଥାପି ତୁମର କିଆରୀ ରେ ପଶେ
କ୍ଷୁଧାରେ ହୋଇ ଆତୁର ।।
କ୍ଷୁଧା ତୃଷ୍ଣା ଦାଉ ତୁମେ କି ବୁଝିବ
ତୁମର କି ଯାଉ ଅଛି ।
ନିଜ ପେଟ ପାଇଁ ତୁମ ପାଖେ ଆଜି
ମୁଁ ହାତୀ ଟିଏ କାନ୍ଦୁଅଛି ।।୩।।
ହେ! ମଣିଷ ତୁମେ ଜ୍ଞାନୀ ଅଟ ପୁଣି
ବିଜ୍ଞାନୀଯେ ଅଟ ତୁମେ ।
ସାମାନ୍ୟ ଜୀବ ଟେ ନିରୀହ ଅଜ୍ଞାନୀ
ଅଟୁ ପୁଣି ସିନା ଆମେ ।।
ତୁମ ବିନା ଏହି ପଶୁ ଜଗତ
ଉଦ୍ଭିଦ ବି ବଞ୍ଚି ପାରେ ।
ତୁମେ କି ପାରିବ ଆମ ବିନା ବଞ୍ଚି
କୁହ ତୁମେ ମୋତେ ଥରେ ।।
ଲୋପ ହୋଇ ଯିବ ଏ ପଶୁ ଜଗତ
ଉଦ୍ଭିଦ ଜଗତ ଯେବେ ।
ତୁମର ନିଶ୍ଚୟେ ବିନାଶ ହୋଇବ
ମନେ ରଖିଥିବ ସେବେ ।।
ନିଜ ଧ୍ଵଂସ ପାଇଁ ନିଜେ ଦାୟୀ ହେବ
ମନେ ରଖିଥିବ ତୁମେ ।
ତୁମେ ହିଁ ତୁମର ଉତ୍ତର ଦାୟୀ ଯେ
କହି ଯାଉ ଅଛୁ ଆମେ ।।
ପାରିବ ଯଦି କରି ଦେବ କ୍ଷମା
ଭୁଲ କରିଥିଲେ କିଛି ।
ନିଜ ଅଧିକାର ପାଇଁ ତୁମ ପାଖେ ଆଜି
ମୁଁ ହାତୀ ଟିଏ କାନ୍ଦୁ ଅଛି ।।୪।।
ମୁଁ ହାତୀ ଟିଏ କାନ୍ଦୁ ଅଛି 🙏🙏
✍️ ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ
ଆଇନ୍ ଛାତ୍ରୀ
ଲକ୍ଷ୍ମୀ ନାରାୟଣ ପୁର
ପିପିଲି,ପୁରୀ
ବହୁତ୍ ବଢିଆ.......❤️👍
🙏🙏🙏🙏🙏🙏😘😘😘😘😘😘
ଏହା କେଉ ଠାରେ
🙏🙏🙏🙏🙏🙏🙏🙏😘😘😘😘😘😘😘🙏😘
0