ଗଦର -୨ ରେ ଓଡ଼ିଆ ପୁଅଙ୍କ କମାଲ

Поделиться
HTML-код
  • Опубликовано: 10 окт 2024
  • ବଲିଉଡ଼ରେ ଦାରିଙ୍ଗବାଡିର ଯୁବକ ବରୁଣ ।
    "ଗଦର ୨' ଚଳଚ୍ଚିତ୍ର ପ୍ରଚ୍ଛଦରେ ଫଲି ରେକଡିଷ୍ଟ "ବରୁଣ" ।
    ପିଲାଟି ଦିନରୁ ବଡ଼ ଲୋକ ହେବାର ସ୍ବପ୍ନ ଦେଖୁଥିଲେ ଯାହା ଏବେ ସେ ବଡ଼ ସଫଳତା ପାଇଛନ୍ତି
    ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ବରୁଣ ଏବେ ବଲିଉଡ଼ ରେ ଫଲି ରେକଡିଷ୍ଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ।ଏଥି ସହ ସେ ଓଡ଼ିଆ ଫିଲ୍ମ ଦମନ ସମେତ ବହୁ ଭାଷାରେ ଫଲି ରେକର୍ଡିଷ୍ଟ ଭାବେ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିଛନ୍ତି । ଓଡ଼ିଆ ଫିଲ୍ମ ଦମନ ପାନ ଇଣ୍ଡିଆ ରେ ରିଲିଜ ହେବା ପରେ ସେ ବର୍ତ୍ତମାନ ର ସୁପର ହିଟ ହିନ୍ଦୀ ଚଳଚିତ୍ର "ଗଦର -୨ "" ରେ ଫଲି ରେକର୍ଡ଼ିଷ୍ଟ ଭାବେ କାର୍ଯ୍ୟ କରି ସାରା ଭାରତ ବର୍ଷ ରେ ସେ ନିଜ ପ୍ରତିଭାକୁ ପ୍ରଦର୍ଶନ କରି ଆଜି ସେ ସଫଳତା ର ଶୀର୍ଷରେ ପାଦ ଥାପିଛନ୍ତି ସ୍ବର୍ଗତ ଶ୍ରୀବତ୍ସ ମାଲବିଶୋଇ ଙ୍କ ତୃତୀୟ ପୁତ୍ର ବରୁଣ ୧୯୯୬ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହେଲା। ପିତାଙ୍କ ଠାରୁ ଶିଖି ଥିବା ଦରଜି କାମ କରି ପରିବାର ପୋଷୁଥିଲା।ଏଥିସହ ପାଠ ପଢା ମଧ୍ୟ କଲେ ୨୦୦୦ ମସିହାରେ ମାତ୍ର ତିନିମାସ ଦଶମରେ ପଢି ଅଧାରୁ ପାଠ ଛାଡି ଦେଇଥିଲେ ପରିବାର ଚଳାଇବା ମୁସ୍କିଲ ହେଲା ଫଳରେ ନିଜ ପାଖରେ ରଖିଥିବା ୪୦୦ ଶହ ଟଙ୍କା ଏବଂ ବନ୍ଧୁଙ୍କ ଠାରୁ ୫୦୦ ଟଙ୍କା ଧାର କରି ନିଜ ସ୍ୱପ୍ନକୁ ପୁରଣ କରିବାକୁ ମୁମ୍ବାଇକୁ ଯାତ୍ରା କଲେ ।୨୦୦୨ ଜାନୁଆରୀ ପହିଲାରେ ରେ ବମ୍ବେ ବାହାରିଲେ ପ୍ରଥମେ ସେ ମୁମ୍ବାଇର ନଟରାଜ ଷ୍ଟୁଡ଼ିଓ ରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ ସେଠାରେ କିଛି କାମଧନ୍ଦା ମିଳିନଥିଲା ପରେ ସେଠାକାର ଜଣେ ରାତ୍ରିଜଗୁଆଳି ତାଙ୍କୁ ସେଠାରେ କେଣ୍ଟିନ ବୟ କାର୍ଯ୍ୟରେ ନିଯୁକ୍ତି କରାଇଥିଲେ ସେଠି ସେହି କାର୍ଯ୍ୟ କରିବା ମଧ୍ୟରେ ସେ ଫଲି ରେକର୍ଡ଼ିଷ୍ଟ କାର୍ଯ୍ୟ ଶିଖି ପରେ ଆରାଧନା ଷ୍ଟୁଡ଼ିଓ ରେ ଦିର୍ଘ ଦିନ କାର୍ଯ୍ୟ କରିବା ପରେ ସେ ଏବେ ନିଜେ ଷ୍ଟୁଡ଼ିଓ କରି ସଫଳତା ର ସିଡ଼ି ଚଢିବାରେ ଲାଗିଛନ୍ତି | "ଦମନ" ଚଳଚ୍ଚିତ୍ର ସଫଳ ପରେ ପୁଣି " ଗଦର ୨" ଚଳଚ୍ଚିତ୍ର ରେ ଫଲି କଳାକାର ଭାବେ ଦାୟିତ୍ବ ତୁଲାଇବା ପରେ ଏବେ ତାଙ୍କୁ ନେଇ କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି କେବଳଯେ ବରୁଣ ବିଶୋଇ ସଫଳତା ପାଇଛନ୍ତି ତାହା ନୁହଁ ତାଙ୍କ ସହ ଫଲି ରେକର୍ଡ଼ିଷ୍ଟ ସହ କଳାକାର ଭାବେ ଶିବଶମ୍ଭୁ ଦିଗାଳ ରହିଛନ୍ତି। ଶିବଶମ୍ଭୁ ଧରିତ୍ରୀ କାଗଜରେ ହକର ଭାବେ କିଛିଦିନ କାର୍ଯ୍ୟ କରୁଥିବା ବେଳେ ୨୦୨୧ରେ ବରୁଣ ତାଙ୍କୁ ମୁମ୍ବାଇ ନେଇଥିଲେ ସେଠାରେ ବରୁଣ ଏହି କାର୍ଯ୍ୟ ଶିଖାଇବା ପରେ ଦୁହେଁ ଏବେ ଏକାଠି କାର୍ଯ୍ୟ କରି ସଫଳତା ପ୍ରାପ୍ତ କରିଛନ୍ତି । ଫଲି ରେକର୍ଡ଼ିଷ୍ଟ ହେଉଛି ଏଭଳି ଏକ କଳା ଯାହା କି ନାୟକ ଠାରୁ ଆରମ୍ଭ କରି ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ଚାଲି ,ଚଳଣି ,ଚଳଚ୍ଚିତ୍ର ରେ ବ୍ୟବହାର କରାଯାଉଥିବା ଯନ୍ତ୍ର ବା ବସ୍ତୁର ଶବ୍ଦକୁ ଅବିକଳ କରିବା ଏଥି ସହିତ ଚାଲିବା , ଦୌଡ଼ିବା,କାଶିବା ଭଳି ସମସ୍ତ ପ୍ରକାର ଶବ୍ଦ ପ୍ରଦାନକୁ ଜୀବନ୍ତ ଫୁଟାଇଥାନ୍ତି ଏହି କଳାକାର । ଚାଲିବା , କବାଟ ଝରକା ବନ୍ଦ କରିବା ଖୋଲିବା , କାଚ ଭାଙ୍ଗିବା ଯେଉଁ ଶବ୍ଦ ଉତ୍ପନ୍ନ ହୁଏ ସେସବୁ କୁ ଫଲି କଳାକାର ପରଦା ପଛରେ ରହି ଜୀବନ୍ତ କରିଥାନ୍ତି। ଅବିକଳ ଶବ୍ଦ ଚଳଚିତ୍ର ବିଭାଗରେ ରହିଥିବା ସମସ୍ତ ବିଭାଗ ମଧ୍ୟରେ ଶବ୍ଦ ଅନ୍ୟତମ। ଏଥିରେ କେତେକ ଉପ ବିଭାଗ ରହିଛି ସେଥି ମଧ୍ୟରୁ ଫଲି ସ୍ୱତନ୍ତ୍ର |

Комментарии •