ସ୍ୱାମୀଜୀ ଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା| Life Story of Vedanta Kesari Swami Laxmanananda Saraswati
HTML-код
- Опубликовано: 9 фев 2025
- ଶ୍ରୀଯୁକ୍ତ ଜଗବନ୍ଧୁ ମିଶ୍ର
ପ୍ରଖର ବକ୍ତା, ରାଷ୍ଟ୍ରବାଦି ଚିନ୍ତକ ଓ ସାହିତ୍ୟିକ ତଥା ପୂର୍ବତନ ସମ୍ପାଦକ ରାଷ୍ଟ୍ରଦୀପ
ସ୍ବାମୀ ଲକ୍ଷ୍ମଣାନନ୍ଦ
ସରସ୍ବତୀଙ୍କ ବଳିଦାନ ଦିବସ
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ
ବଳିଦାନ ଦିବସ ଅବସରରେ ଧର୍ମ ଜାଗରଣ ସମନ୍ଵୟ ଭୁବନେଶ୍ବର ମହାନଗର ତରଫ ରୁ "ଧର୍ମରକ୍ଷା ଦିବସ" ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ରବିବାର ଦିନ ପାଳିତ ହୋଇଯାଇଛି । ଏହି ସଭାରେ ପୂର୍ବ କ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ ବିନୟ କୁମାର ଭୂୟାଁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କହିଥିଲେ,
ଓଡ଼ିଶାରେ ହିନ୍ଦୁ ଧର୍ମର ସୁରକ୍ଷା , ଗୋମାତାର ସଂରକ୍ଷଣ ଦିଗରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ
ନାମ ଅମର ହୋଇ ରହିଛି। କନ୍ଧମାଳରେ ହିନ୍ଦୁ ସମାଜକୁ ଏକତ୍ରିତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। କନ୍ଧମାଳ ଜିଲାରେ ହିନ୍ଦୁଙ୍କ ମଧ୍ୟରେ ଧର୍ମଜାଗରଣ ସହିତ ସ୍ଵଧର୍ମରକ୍ଷା ପାଇଁ ସଚେତନ କରିଛନ୍ତି । ଗାଁ ଗାଁରେ ପୁରୁଷ,
ମହିଳା ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଗଠନ କରି ସେମାନଙ୍କ ମଧ୍ୟରେ ଧର୍ମୀୟ ଭାବନାକୁ ଜାଗ୍ରତ କରିଥିଲେ। ପ୍ରଲୋଭିତ ହୋଇ ହିନ୍ଦୁ ଧର୍ମକୁ ପରିତ୍ୟାଗ କରିଥିବା
ବ୍ୟକ୍ତିବିଶେଷଙ୍କୁ ପୁଣି ଥରେ ସ୍ବଧର୍ମକୁ ଫେରାଇ ଆଣିଥିଲେ। ଏହି କାରଣରୁ ୨୦୦୮ ଅଗଷ୍ଟ ୨୩ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ବର୍ତ୍ତମାନ
ପର୍ଯ୍ୟନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ। ଲକ୍ଷ୍ମଣାନନ୍ଦ କହୁଥିଲେ,
ଭାରତ ଆତ୍ମା ଗାଁରେ ରହିଛି। ଗ୍ରାମୀଣ ସଂସ୍କୃତି, ପରମ୍ପରାରେ ସାମିଲ ହେବା ସହିତ ସତସଙ୍ଗ କର | ଗୀତା, ରାମାୟଣ, ବେଦ, ଉପନିଷେଦ ପାଠ କର।
ସଚେତନ ହୁଅ। ଏକାଠି ସଙ୍ଗଠିତ ହେବାକୁ ସେ ଆହ୍ଵାନ ଦେଇଥିଲେ।
ଦିନ ଥିଲା ଭାରତ ଆଫଗାନିସ୍ତାନଠାରୁ ଢାକା ପର୍ଯ୍ୟନ୍ତ ଓ ବେଲୁଚିସ୍ଥାନ, ସିଂହଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ହିନ୍ଦୁ ଧର୍ମାନ୍ତରିତ ହେବାରୁ ସେ ଅଞ୍ଚଳ ଭାରତରୁ ଅଲଗା ହୋଇଗଲା। ହିନ୍ଦୁ ସମାଜ ସଙ୍ଗଠିତ ହେବାକୁ ସବୁବେଳେ
କହୁଥିଲେ। ହିନ୍ଦୁ ଜାଗିଲେ ଧର୍ମାନ୍ତରଣ ବନ୍ଦ ହୋଇପାରିବ।
ମତାନ୍ତରକୁ ଭୁଲି
ଏକ ମନ ପ୍ରାଣରେ ସମାଜ, ରାଷ୍ଟ୍ରର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ସ୍ବାମୀଜୀ
ସର୍ବଦା କହୁଥିଲେ। ତାଙ୍କ ତ୍ୟାଗମୟ ଜୀବନ ଭାରତବର୍ଷ ଏକ ପ୍ରେରଣା।
ଭାରତବର୍ଷରେ ଯେତେବେଳେ ସମସ୍ୟା ଆସିଛି ସାଧୁସନ୍ଥମାନେ ଧର୍ମ ରକ୍ଷକ ଭାବେ ଦଣ୍ଡାୟମାନ
ହୋଇଛନ୍ତି।
ସେମାନେ ହେଉଛନ୍ତି ସମାଜର ଆଦର୍ଶ। ଏହି ଅବସରରେ ଭାରତମାତା ଆରତୀ ସହ ସ୍ବାମୀଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଧର୍ମରକ୍ଷା ଦିବସ
ବ୍ରହ୍ମଲୀନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ
ବଳିଦାନ ସ୍ମୃତି ସମାରୋହ
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ସ୍ଥିତ ନିଗମ କଳ୍ପତରୁ ଆଶ୍ରମର ସନ୍ଧ୍ୟା ପୂଜ୍ୟ
ବ୍ରହ୍ମାନନ୍ଦ ସରସତୀ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ ।
ପବିତ୍ର ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ତଥା ବନବାସୀ କ୍ଷେତ୍ରରେ ରହୁଥିବା ଜନଜାତିଙ୍କ ସୁରକ୍ଷା
ନିମନ୍ତେ ପ୍ରାଣବଳି ଦେଇଥିବା ପୂଜ୍ୟ ରାଷ୍ଟ୍ରସନ୍ଥ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୫ତମ ବଳିଦାନ
ଦିବସକୁ “ଧର୍ମରକ୍ଷା ଦିବସ” ରୂପେ ସମଗ୍ର ଦେଶରେ ପାଳନ କରାଯାଉଛି । ଏହି ଉପଲକ୍ଷେ
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଧର୍ମ ଜାଗରଣ ସମନ୍ଵୟ ତରଫରୁ ଏକ ଭବ୍ୟ କାର୍ଯ୍ୟକ୍ରମ
ଆୟୋଜିତ ହୋଇଅଛି ।
ଅନେକ ଲୋକ ସପରିବାରେ ଉପସ୍ଥିତ ରହି ଉକ୍ତ ସ୍ମୃତି ସମାରୋହକୁ ସାଫଲ୍ୟମଣ୍ଡିତ କରିବା
ସହ ପୂଜ୍ୟ ସନ୍ଥ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ଲାଭ କରିଥିଲେ ।
ମୂଖ୍ୟ ବକ୍ତା- ଶ୍ରୀଯୁକ୍ତ ଜଗବନ୍ଧୁ ମିଶ୍ର,
ରାଷ୍ଟ୍ରବାଦି ଚିନ୍ତକ ଓ ସାହିତ୍ୟିକ ତଥା ପୂର୍ବତନ ସମ୍ପାଦକ ରାଷ୍ଟ୍ରଦୀପ
ସମ୍ମାନୀୟ ଅତିଥୁ - ଶ୍ରୀଯୁକ୍ତ ବିନୟ କୁମାର ଭୂୟାଁ,
ପୂର୍ବ କ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ