The IAS and IPS land Mafias of Bhubaneswar || How Much Land have these Babu’s got using their power😡

Поделиться
HTML-код
  • Опубликовано: 9 сен 2024
  • ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ତହସିଲ ଅଂଚଳର ‘ଖୋଲାଦ୍ୱାର’ ମୌଜାରେ ୬ଜଣ ଅଣଓଡ଼ିଆ ଅଫିସର ପ୍ରାୟ ଏକ ଏକରରୁ ଅଧିକ ମୂଲ୍ୟବାନ ଜମିର ମାଲିକାନା ହାସଲ କରିଥିବା ଜଣାପଡ଼ିଛି । ଏହି ୬ଜଣ ସର୍ବଭାରତୀୟ ସେବା ଅଫିସରଙ୍କ ମଧ୍ୟରୁ ମାତ୍ର ଜଣେଦୁଇଜଣଙ୍କୁ ବାଦ୍ ଦେଲେ ଅନ୍ୟମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲବେଳେ ଉକ୍ତ ମୂଲ୍ୟବାନ ଜମି ସଂକ୍ରାନ୍ତରେ କୌଣସି ତଥ୍ୟ ଲୁଚାଉଥିବାରୁ ଏହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଯଦିଓ ରାଜସ୍ୱ ବିଭାଗର ‘ଭୂଲେଖ’ରେ ଏହି ବାବୁମାନେ ପ୍ରତ୍ୟେକ ୮ହଜାରରୁ ଅଧିକ ବର୍ଗଫୁଟ ଜମିର ମାଲିକ ବୋଲି ଜଣାପଡିଛି ।
    ବିଜେଡି ସରକାରରେ ସବୁଠୁ ପାୱାରଫୁଲ୍ ଅଫିସର ହୋଇ ସୁପର ସିଏମ୍ ଭଳି ହାକିମାତି କରୁଥିବା ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ, ରାଜନୀତିକ ଆକ୍ରୋଶକୁ କାର୍ଯ୍ୟକାରୀ କରାଉଥିବା ଆଇପିଏସ୍ ଆଶୀଷ ସିଂ , ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନିଲକ୍ରିଷ୍ଣାଙ୍କ ସମେତ ଆଇପିଏସ୍ ୨୦୦୪ ବ୍ୟାଚର ଆଇପିଏସ୍ ଦୀପକ କୁମାର ଓ ନିତେନଜିତ୍ ସିଂହ ଏବଂ ୨୦୦୫ ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲ ମିଳିତ ଭାବେ ଜଟଣୀର ଖୋଲାଦ୍ୱାର ମୌଜାରେ ମିଳିତ ଭାବେ ପ୍ରାୟ ଏକ ଏକରରୁ ଅଧିକ ଜମି କ୍ରୟ କରିଥିବା ‘ଭୂଲେଖ’ ତଥ୍ୟରେ ଦର୍ଶାଯାଇଛି । ପ୍ରତ୍ୟେକ ଅଫିସରଙ୍କ ଭାଗରେ ୮ହଜାର ବର୍ଗଫୁଟର ଜମି ରହିଛି ।
    ୨୦୧୨ ଜୁନ୍ ୧୩ ତାରିଖ ଓ ୨୦୧୨ ଜୁଲାଇ ୨୭ତାରିଖରେ ଏହି ଜମିଗୁଡ଼ିକର ମାଲିକାନା ସମ୍ପୃକ୍ତ ୬ଜଣ ଅଣଓଡ଼ିଆ ଅଫିସରଙ୍କୁ ମିଳିଥିଲା । ଖୋଲାଦ୍ୱାର ମୌଜାର ଖତିୟାନ ନମ୍ବର-୨୦୯,୨୪୨ ଓ ୬୫୦/୭୦ରେ ଥିବା ପ୍ଲଟ ନମ୍ବର ୭୨,୭୩,୭୪ ଓ ୭୧/୧୪୩୦ର ଜମିକୁ ଏହି ଅଫିସରମାନେ ନିଜ ଦଖଲରେ ରଖିଛନ୍ତି । ଏହି ସମସ୍ତ ଜମିର ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ସମେତ ୨୦୦୪ ବ୍ୟାଚର ୩ଜଣ ଆଇପିଏସ୍ ଓ ୨୦୦୫ ବ୍ୟାଚର ୨ଜଣ ଆଇଏଏସଙ୍କ ନାଁରେ ଥିଲେ ମଧ୍ୟ ସେମାନେ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରୁଥିବା ବାର୍ଷିକ ସମ୍ପତ୍ତି ବିବରଣୀରେ ଏହାକୁ ଉଲ୍ଲେଖ କରୁନଥିବା ଖୋଳତାଡ଼ରୁ ଜଣାପଡ଼ିଛି ।
    କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେ ୨୦୧୭ ମସିହାର ସମ୍ପତ୍ତି ତାଲିକାରେ ଭୁବନେଶ୍ୱରରେ ପତ୍ନୀ ଲକ୍ଷ୍ମୀ କୁଟ୍ଟେଙ୍କ ନାଁରେ ବିପୁଳ ଗାର୍ଡେନରେ ଗୋଟିଏ ଫ୍ଲାଟ୍ ଥିବା ଓ ତାଙ୍କ ନାଁରେ ଖୋଲାଦ୍ୱାର ମୌଜାରେ ୭ହଜାର ବର୍ଗଫୁଟ ଜମି ଥିବା ନେଇ ଉଲ୍ଲେଖ କରିଥିଲେ। ଏହି ଜମିକୁ ଅନ୍ୟ ୫ଜଣ ଅଣଓଡ଼ିଆ ଅଫିସରଙ୍କ ସହ ମିଶି ମାଲିକାନା ସତ୍ତ୍ୱ ରଖିଛନ୍ତି ବୋଲି ଦର୍ଶାଇଛନ୍ତି । ତେବେ ସେ ୨୦୧୭ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିବା ପରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ । ଆଉ ୨୦୧୯ ମସିହାର ସମ୍ପତ୍ତି ତାଲିକାରେ ପତ୍ନୀ ଲକ୍ଷ୍ମୀଙ୍କ ନାଁରେ ଥିବା ଫ୍ଲାଟ୍ ଓ ଖୋଲାଦ୍ୱାର ମୌଜା ଜମି ସମ୍ପର୍କରେ ଆଉ କେନ୍ଦ୍ର ସରକାରଙ୍କୁ ଅବଗତ କରାଇନଥିଲେ । ଯଦିଓ ପ୍ରତିବର୍ଷ ସେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରୁଛନ୍ତି କିନ୍ତୁ ୨୦୧୯ ମସିହା ପରଠୁ ଏହି ଫ୍ଲାଟ୍ କିମ୍ବା ଜମି ନେଇ ତଥ୍ୟକୁ ଲୁଚାଇଛନ୍ତି । ଏପଟେ ରାଜସ୍ୱ ବିଭାଗର ‘ଭୂଲେଖ’ରେ ଶ୍ରୀ କୁଟ୍ଟେଙ୍କ ନାଁରେ ଖୋଲାଦ୍ୱାର ମୌଜାରେ ୩ଟି ପ୍ଲଟ୍ ଥିବା ନେଇ ସୂଚନା ମିଳିଛି ।
    ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର ଭିନିଲକ୍ରିଷ୍ଣା ୨୦୧୯ ମସିହା ପରଠୁ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରୁଥିବା ବାର୍ଷିକ ସମ୍ପତ୍ତି ବିବରଣୀରେ ଖୋଲାଦ୍ୱାର ମୌଜାରେ ଥିବା ନିଜ ଜମିକୁ ନେଇ ତଥ୍ୟ ଦେଉନାହାନ୍ତି । ଯାହାକି ଏବେବି ବଳବତ୍ତର ରହିଛି । ଭିନିଲଙ୍କ ବ୍ୟାଚର ରାଜେଶ ପ୍ରଭାକର ପାଟିଲ ୨୦୧୮ ମସିହାରୁ ଏହି ଖୋଲାଦ୍ୱାର ସମ୍ପତ୍ତି ସମ୍ପର୍କରେ ତଥ୍ୟ ଲୁଚାଇ ରଖିଛନ୍ତି । ଯଦିଓ ଏହି ଦୁଇ ଅଫିସରଙ୍କ ନାଁରେ ଖୋଲାଦ୍ୱାର ମୌଜାର ଖତିୟାନ ୨୦୯ ଓ ୨୪୨ରେ ଜମି ଥିବା ଜଣାପଡ଼ିଛି ।
    ସେହିପରି ଆଇପିଏସ୍ ଦୀପକ କୁମାର ପ୍ରତିବର୍ଷ ଏହି ଖୋଲାଦ୍ୱାର ଜମି ସମ୍ପର୍କରେ ବାର୍ଷିକ ସମ୍ପତ୍ତି ବିବରଣୀରେ ଉଲ୍ଲେଖ କରୁଥିଲେ ମଧ୍ୟ ଜମିର ମୂଲ୍ୟ ଏବେ ୨୦ଲକ୍ଷ ଟଙ୍କା ଥିବା ଦର୍ଶାଇଛନ୍ତି । ଏପରିକି ଜଟଣୀ ରାସ୍ତା ସମ୍ପ୍ରସାରଣବେଳେ ଆଇପିଏସ୍ ଦୀପକ କୁମାରଙ୍କ ପ୍ରାୟ ଏକ ହଜାର ବର୍ଗଫୁଟ ଜମିକୁ ସରକାର ଅଧିଗ୍ରହଣ କରିଥିବା ଜଣାପଡ଼ିଛି । ଆଇପିଏସ୍ ଆଶୀଷ ସିଂ ବାର୍ଷିକ ସମ୍ପତ୍ତି ବିବରଣୀରେ ଏହି ଜମି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଓ ୨୦୨୩ ମସିହାରେ ଉକ୍ତ ସମ୍ପତ୍ତିର ପରିମାଣ ୪୩ଲକ୍ଷ ଟଙ୍କା ଦର୍ଶାଇଛନ୍ତି ।
    ତେବେ ପ୍ରଶ୍ନ ଉଠୁଛି, ସର୍ବଭାରତୀୟ ସେବା(କଣ୍ଡକ୍ଟ) ରୁଲସ-୧୯୬୮ର ଧାରା ୧୬(୨)ର ପ୍ରାବଧାନରେ ପ୍ରତ୍ୟେକ ଅଫିସରଙ୍କ ପାଇଁ ପ୍ରତିବର୍ଷ ଜାନୁୟାରୀ ୩୧ତାରିଖ ପୂର୍ବରୁ ନିର୍ଦ୍ଧାରିତ ଫର୍ମାଟରେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବା ବାଧ୍ୟତାମୂଳକ । ସେମାନେ ନିଜର ସମ୍ପତ୍ତିର କୌଣସି ତଥ୍ୟ ଲୁଚାଇବା ମଧ୍ୟ ସମୀଚୀନ ନୁହେଁ। ମାତ୍ର ଭୁବନେଶ୍ୱର ଉପକଣ୍ଠରେ ଜମି ସତ୍ତ୍ୱ ରଖିଥିବା ଏହି ଅଣଓଡ଼ିଆ ବାବୁମାନେ କାହିଁକି ଓ କେଉଁ ଅଜଣା ଭୟରେ ନିଜର ବାର୍ଷିକ ସମ୍ପତ୍ତି ତାଲିକାରେ ତାକୁ ଦର୍ଶାଉନାହାନ୍ତି ତାହା ଏବେ ସାଧାରଣରେ ସନ୍ଦେହ ବଢ଼ାଇଛି । ବିଶେଷକରି ବିଜେଡି ପାଇଁ କର୍ପୋରେଟ ଚାନ୍ଦା ଯୋଗାଡ଼ କରିବା ଆଳରେ ଡିଏସ୍ କୁଟ୍ଟେଙ୍କ ବ୍ୟବସାୟିକ ଲିଙ୍କ୍ ତଥ୍ୟ ଧୀରେଧୀରେ ପଦାକୁ ଆସିବାରେ ଲାଗିଛି । ବିଜେଡିର ଜଣେ ରାଜ୍ୟସଭା ସାଂସଦ କିଭଳି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ନାଲିପାହାଡ଼ ଖନନର ବାଦଶାହ ହେବାକୁ ସଜବାଜ ହେଉଥିଲେ ତାହା ମଧ୍ୟ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।
    ରାଜ୍ୟର ବିଜେପି ସରକାର ଏହି ଅଣଓଡ଼ିଆ ଅଫିସରମାନେ କେଉଁ କାରଣରୁ ନିଜ ସମ୍ପତ୍ତିର ତଥ୍ୟ ଲୁଚାଉଛନ୍ତି ଓ ଖୋଲାଦ୍ୱାର ମୌଜାର ମୂଲ୍ୟବାନ ଜମିକୁ କୌଣସି ଅନୈତିକ ଉପାୟରେ ହାତେଇ ନାହାନ୍ତି ତ ଆଦିର ତଦନ୍ତ କଲେ ସେମାନେ ଓଡ଼ିଶାରେ କେଉଁ ସବୁ ସ୍ଥାନରେ ଜମିର ମାଲିକାନା ରଖିଛନ୍ତି ତା’ର ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା।
    #odishanews #socialmedia #naveenpatnaik #bjd4odisha

Комментарии • 11