ହୀରାକୁଦ ବନ୍ଧ ପ୍ରତିଷ୍ଠା ଦିବସ, ଜୟଙ୍କ ବିସ୍ପୋରକ ବୟାନ
HTML-код
- Опубликовано: 8 фев 2025
- ହୀରାକୁଦ ବନ୍ଧ ପ୍ରତିଷ୍ଠା ଦିବସ, ଜୟଙ୍କ ବିସ୍ପୋରକ ବୟାନ।
ସ୍ଥାନ-ସମ୍ବଲପୁର
ତାରିଖ-13/01/2025
(ରମାକାନ୍ତ ବିଶ୍ବାଳ)
ହୀରାକୁଦ ବନ୍ଧର ଆଜି ୬୯ତମ ପ୍ରତିଷ୍ଠା ଦିବସ । 68 ବର୍ଷ ନିରନ୍ତର ସେବା ପରେ ଆଜି ସଗୌରବେ ଛିଡା ହୋଇଛି ହୀରାକୁଦ । ସେପଟେ ପ୍ରତିଷ୍ଠା ଦିବସ ପାଳନ ଅବସରେ ବିସ୍ଥାପିତଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଦୋହରାଇଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର।
69 ବର୍ଷରେ ପଦାର୍ପଣ କଲା ହୀରାକୁଦ ନଦୀବନ୍ଧ । ବିଶ୍ବର ଦୀର୍ଘତମ ମାଟିବନ୍ଧ ଆଜିର ଦିନରେ 1957 ମସିହାରେ ଜାତି ଉଦ୍ଦେଶ୍ଯରେ ଏହା ଲୋକାର୍ପିତ କରାଯାଇଥିଲା । ସେହିଦିନଠାରୁ ନିରବଚ୍ଛିନ୍ନ ଭାବରେ ଜଳସେଚନ, ବିଦ୍ଯୁତ ଉତ୍ପାଦନ ଓ ବନ୍ଯା ନିୟନ୍ତ୍ରଣ କ୍ଷେତ୍ରରେ ସେବା ଯୋଗାଇ ଆସୁଛି ।ଏହା ସହ ବନ୍ଧ ନିର୍ମାଣରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦଙ୍କୁ ମଧ୍ଯ ଆଜି ଶ୍ରଦ୍ଧାଂଜଳୀ ଦେବା ସହ ମନେ ପକାଯାଇଛି । 1937ରେ ଓଡିଶାରେ ଡେଲଟା ଅଂଚଳ ବଡ ବନ୍ୟା ଦେଖିଥିବାବେଳେ ତାର ମୁକାବିଲା ପାଇଁ ହୀରାକୁଦ ବନ୍ଧର ପରିକଳ୍ପନା ହୋଇଥିଲା । ଯାହା ସ୍ବାଧିନ ଭାରତରେ ନିର୍ମାଣ ହେବା ସହ ସେବେଠାରୁ ଦଣ୍ଡାୟମାନ ଅଛି ।
ବାଇଟ-1-ସୁଶୀଲ ବେହେରା, ମୁଖ୍ୟଯନ୍ତ୍ରୀ, ହୀରାକୁଦ ବନ୍ଧ।
ଭିଓ 2- ସେପଟେ ହୀରକୁଦ ବନ୍ଧ ପ୍ରତିଷ୍ଠା ଦିବସରେ ଜୟ ନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ମୋର ପୂର୍ବଜ ମଧ୍ଯ ହୀରାକୁଦ ବନ୍ଧ ଦ୍ବାରା ବିସ୍ଥାପିତ ହୋଇଛନ୍ତି । ଆଜିବି ହୀରାକୁଦ ବନ୍ଧ ବିସ୍ଥାପିତ ନିଷ୍ପେସିତ ଓ ଅବହେଳିତ । ରାତି ଅଧରେ ବନ୍ଧୁକ ଦେଖାଇ ଗାଁ ଖାଲି କରାଗଲା । ବିସ୍ଥାପିତଙ୍କ ହିସାବ ସରକାର ପାଖରେ ନାହିଁ । ସମ୍ବଲପୁର ତଥା ପଶ୍ଚିମ ଓଡିଶା କେବେ ବନ୍ଯା ଦେଖିନଥିଲା । ଡ୍ଯାମ ଫଳରେ ସମ୍ବଲପୁର ବୁଡୁଥିବା ଜୟ ନାରାୟଣ ମିଶ୍ର କହିଛନ୍ତି । ଯେଉଁ ଉଦ୍ଦେଶ୍ଯରେ ଡ୍ଯାମ ନିର୍ମାଣ ହୋଇଛି ତାହା ସାଧିତ ହୋଇ ନାହିଁ । ନୂଆଁ ନୂଆଁ ସ୍ବାଧିନ ହେବା ପରେ ଉପକୂଳକୁ ବନ୍ଯାରୁ ବଞ୍ଚାଇବା ପାଇଁ ପଶ୍ଚିମ ଓଡିଶାକୁ ବୁଡାଇବା ପାଇଁ ଏହି ଡ୍ଯାମ ତିଆରି ହୋଇଥିବା ଆଜିବି ଲୋକଙ୍କ ମଧ୍ଯରେ ଧାରଣ ଥିବ ଯାହା ଜୟ ନାରାୟଣ କହିଛନ୍ତି । ସେତେବେଳେ ଏହି ଅଂଚଳର ଲୋକେ କ୍ଷତିପୂରଣ ମଧ୍ଯ ପାଇ ନାହାଁନ୍ତି ବୋଲି ଜୟ କହିଛନ୍ତି । ୧୯୩୬ରେ ସେଣ୍ଟ୍ରାଲ ପ୍ରୋଭିନେନ୍ସରୁ ଆସି ଆମେ ଓଡିଶା ପ୍ରୋଭିନସେନ୍ସ ମିଶିଥିଲୁ । ହେଲେ ଠିକ୍ ସ୍ବାଧିନତା ପରେ ଆମକୁ ବୁଡାଇ ଉପକୂଳ ଓ ପଶ୍ଚିମ ଭିତରେ ଝଗଡା କରାଯାଇଛି ।
ବାଇଟ- 2- ଜୟନାରାୟଣ ମିଶ୍ର, ସମ୍ବଲପୁର ବିଧାୟକ l
ତେବେ ଆଜିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଧୂମଧାନ ପାଳନ କରାଯାଇଥିବାବେଳେ ଡ୍ୟାମ ସଜେଇ ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଛି ।