ସୁରଭି ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ 2024

Поделиться
HTML-код
  • Опубликовано: 9 окт 2024
  • ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024
    ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି। ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ଶ୍ରୀ ଆକାଶ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତିନିଟି ବିଭାଗ ରେ ଯଥା ବରିଷ୍ଠ ( ଉଚ୍ଚ ମାଧ୍ୟମିକ), ବରିଷ୍ଠ ଓ କନିଷ୍ଠ ପ୍ରତିଯୋଗୀ ମାନଙ୍କୁ ବିଭକ୍ତ କରାଯାଇ ବିଭିନ୍ନ ଲୋକ ନୃତ୍ୟ, ଗୀତ, କୁଇଜ୍, ପ୍ରବନ୍ଧ ଓ ଚିତ୍ରକଳା ପ୍ରତିଯୋଗୀତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ବାବାଜୀ ପ୍ରଧାନ, ମଦନ ମୋହନ କହଁର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମିହିର ଲାଲ ପାଣି, ବ୍ଲକର ଶିକ୍ଷା ବିଭାଗର ଆଞ୍ଚଳିକ ସମ୍ବଳ ସାଧନ ସଂଯୋଜକ ଓ ଶିକ୍ଷକ ଗଣ ଉପସ୍ଥିତ ଥିଲେ। ଶିକ୍ଷକ ଅମୂଲ୍ୟ ପାଣିଗ୍ରାହୀ ଓ ରମାକାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ଶ୍ରୀ ଜିତେନ୍ଦ୍ର ପାଣି ଙ୍କ ଧନ୍ୟବାଦ ସହ ଆଜିର କାର୍ଯ୍ୟକ୍ରମ ଶେଷ କରାଗଲା।

Комментарии •